

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଓଡିଶା ରାଜ୍ୟ ଶୌଣ୍ଡିକ ସମାଜ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାନ୍ଧୀନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସନ୍ଧ୍ୟା ସମୟରେ ମହମବତୀ ଜଳାଇ କାରଗିଲ ସହିଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଅବସରରେ କାରଗିଲ ସହିଦ ଅମର ରହେ, ସହିଦ ଶ୍ରୀନିବାସ ରାଓ ଅମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କ୍ୟାଣ୍ଡଲ ସୋ ଉତ୍ସବରେ ରାଜ୍ୟ ସଭାପତି ପ୍ରଭାକର ସାହୁ, ରାଜ୍ୟ ସଭାନେତ୍ରୀ ସବିତା ସାହୁକାର, ରାଜ୍ୟ ସଂପାଦିକା ମମତା ସାହୁ, ପ୍ରଦୀପ ସାହୁ, ଲୋକସମ୍ପର୍କ ଅଧିକାରୀ ଭୀଷ୍ମଆଚାର୍ଯ୍ୟ ଚୋୖଧୁରୀ, ବାସୁଦେବ ସାହୁକାର, ସରିତା ପଣ୍ଡା, ବନମାଳୀ ପ୍ରଧାନ, ସୁରେଶ ତ୍ରିପାଠୀ, ବିଶ୍ୱ ଦେବ, ହରିପ୍ରସାଦ ମଲାନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଟ୍ରାଫିକ ପୋଲିସ ଏସ.ଆଇ ନରସିଂହ ପାଣି ଓ ତାଙ୍କ ସହକର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ ଆମ ପ୍ରତିନିଧି ନିମାଇଁ ଚରଣ ପଣ୍ଡା ମଧ୍ୟ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




