

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ଛତ୍ରପୁର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଅନୁଯାୟୀ ସେମାନେ ୩ ଦଫା ଦାବୀ ନେଇ ଧାରଣାରେ ବସିଥିଲେ । ୨୫ ଫେବୃଆରୀ ୨୦୧୯ରେ ଆବେଦନ କରାଯାଇଥିବା ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକରଣ କରି ପରିଚୟ ପତ୍ର ପ୍ରଦାନ କରିବା , ନିର୍ମାଣ ଶ୍ରମିକଙ୍କୁ ମୃତ୍ୟକାଳୀନ ସହାୟତା ପ୍ରଦାନ କରିବା , ବିବାହ କିମ୍ବା ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବି କରି ସେମାନେ ଧାରଣାରେ ବସିଛନ୍ତି ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ହୋ ହାଲ୍ଲା କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ଯେ ସମସ୍ତ ହିତାଧିକାରୀଙ୍କ ଫର୍ମ ଯାଞ୍ଚ କରାଯାଇ ପଞ୍ଜୀକରଣ କରାଯିବ । ଏହି ବିକ୍ଷୋଭ ପ୍ରଦର୍ଶନରେ ବହୁ ଶ୍ରମିକ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
