ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗୁମ୍ମା -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଶ୍ରମିକ ସମବାୟ ସମିତି ପକ୍ଷରୁ ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡାଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଶ୍ରମିକ ସମବାୟ ସମିତି ମୁଖ୍ୟ କର୍ମକର୍ତ୍ତାମାନେ ସମାଜର ଶ୍ରମିକ, ଗରିବ, ଖଟିଖିଆ ତଥା ଅବହେଳିତ ଶ୍ରେଣୀର ଜନସାଧାରଣଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ଦୈନନ୍ଦିନ ଜୀବନ ଶୈଳୀର ବିକାଶ ନିମନ୍ତେ କାର୍ଯ୍ୟ କରିବା ସହ ଶ୍ରମିକ ସମବାୟ ସମିତିର ଗୁରୁତ୍ଵ ଓ ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ।ଗୁମ୍ମା ବିଡ଼ିଓ ଶ୍ରୀ ଆକାଶ କୁମାର ପଣ୍ଡା ଶ୍ରମିକ ସମବାୟ ସମିତିର ଏହି ପରି ପଦକ୍ଷେପକୁ ସ୍ଵାଗତ କରିବା ସହ ଗୁମ୍ମା ବ୍ଲକର ୨୦ ଗୋଟି ପଂଚାୟତ ରେ ଏହି ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ବ୍ଲକ ସହ ଶାଖା ପରିଚାଳକ ଶ୍ରୀ ହୋସେୟ କାର୍ଜୀ, ବିରାଗ କେଶରୀ ଲିମା, ମନୋନିତା ମଣ୍ଡଳ, ମିଟୁ ମଣ୍ଡଳ, ପ୍ରତାପ ରାଇକା ଏବଂ ବିଟୁ ପରିଛା ତଥା ସମସ୍ତ ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।

ରିପୋର୍ଟ : ନିରୋଜ ଷଡ଼ଙ୍ଗୀ