ଭଞ୍ଜନଗର (ସମୃଦ୍ଧ ଓଡିଶା) ଶ୍ରାବଣ ମାସର ପ୍ରଥମ ସୋମବାରରେ ଭଞ୍ଜନଗର ସହର ବେଲେଶୂର ଶିବ ମନ୍ଦିର ସମେତ ଗ୍ରାମାଞ୍ଚଳରେ ରହିଥିବା ସମସ୍ତ ଶୈବ ପୀଠ ମାନଙ୍କରେ ଭକ୍ତ ମାନଙ୍କ ପ୍ରବଳ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋରନା କଟକଣା ଯୋଗୁଁ କାଉଡ଼ିଆ ଯାତ୍ରା ଉପରେ ରୋକ ଲାଗିଛି । ବିଶେଷ କରି ଏହି ମାସରେ ବୋଲବମ୍ ଭକ୍ତ ମାନେ ବିଭିନ୍ନ ଶୈବପୀଠରେ ଜଳଲାଗି କରିଥାନ୍ତି । କିନ୍ତୁ ଏଥର କୋରନା ଲାଗି ପରିସ୍ଥିତି ଭିନ୍ନ ରହିଛି । ସେଥିପାଇଁ ଆଜି ପ୍ରଥମ ସୋମବାର ରେ ଭଞ୍ଜନଗର ସହରରେ ଥିବା ପ୍ରସିଦ୍ଧ ଵେଲେସ୍ଵର ଶୈବପୀଠ ମହାଦେବଙ୍କ ପାଖରେ ଆଉ ହଜାର ହଜାର କାଉଡିଆ ଆସି ଜଳଲାଗି କରିନାହାନ୍ତି । ସେହିପରି ଭଞ୍ଜନଗର ଅଂଚଳର ପ୍ରସିଦ୍ଧ ଢୁଢୁଆ ଶିଵ ମନ୍ଦିର, ବଡ଼କୋଦଣ୍ଡା ଶିଵ ମନ୍ଦିର, ସାନକୋଦଣ୍ଡା ଶିବ ମନ୍ଦିର ଓ ବାପାଙ୍ଗି ଶିଵ ମନ୍ଦିର ଆଦି ଶୈବପୀଠ ଭକ୍ତ ଶୂନ୍ୟ ରହିଥିଲା । କେବଳ ପୂଜାରୀ ପ୍ରଭୁଙ୍କ ନୀତି ଅନୁସାରେ ପୂଜାପାଠ ସମ୍ପୂର୍ଣ୍ଣ କରିଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ – ନିଲୁ ବିଷୋୟୀ