
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଜୁ ଯୁବ ବାହିନୀ ପକ୍ଷରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବାଲେଶ୍ଵର ରକ୍ତ ଭଣ୍ଡାକୁ ରକ୍ତଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଅଶ୍ୱିନୀ ପାତ୍ର, ସମବାୟବିତ୍ ମାନସ ଜେନା, ରକ୍ତବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ମଧୁସେନାପତି, ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ କାଳିଚରଣ ଦାସ, ସୁଧାଂଶୁ ପାତ୍ର, ରବିନ୍ଦ୍ର ଦଳେଇ, ପ୍ରଧାନ ଶିକ୍ଷକ ମୁରଲି ପ୍ରଧାନ, ଗୌରାଙ୍ଗ ସାମଲ, ଆଇନଜୀବୀ ପତିତ ପାବନ ପ୍ରଧାନ, ଅରବିନ୍ଦ ସାମଲ, ରାମକୁମାର ଆଚାର୍ଯ୍ୟ, ବିଦ୍ୟାଧର ହୁଇ ପ୍ରମୁଖ ସହାୟତା କରିଥିଲେ । ସାମାଜିକ ଦୂରତାକୁ ଲକ୍ଷ କରି ୪୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ କେତେକ ଲୋକ ଫେରି ଯାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା