

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ ଆଜି ଶ୍ରୀ ନିଳକଣ୍ଠେଶ୍ୱର ପ୍ରଭୁଙ୍କ ରତ୍ନମୁଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଯଜ୍ଞ ଆରମ୍ଭ କରାଯାଇଥିଲା । ଏହି ଯଜ୍ଞରେ ଦିଲୀପ ସାହୁ, ପୁରୁଷୋତ୍ତମ ସାହୁ, ବଳଭଦ୍ର ବରାଳ, ଧରଣୀଧର ବରାଳ, କୈଳାଶ ସାହୁ ବସିବା ସହ କାର୍ଯ୍ୟକ୍ରମ ନିର୍ବାହ କରିଥିଲେ । ଦିବା ୯ଘ. ୧୦ ଦଳ ସଂକୀର୍ତନମଣ୍ଡଳୀଙ୍କ ଦ୍ୱାରା ମଙ୍ଗଳପୁର ଭ୍ରମଣ କରି ଦିବା ୧୨ଘ. ସମୟରେ ରତ୍ନମୁଦ ଆରମ୍ଭ କରାଯାଇ ଅପରାହ୍ନ ୪ଘ. ସମୟରେ ସମାପ୍ତ କରାଯାଇଥିଲା । ଏହି ରତ୍ନମୁଦ ଉତ୍ସବରେ ୧୦,୦୦୦ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା । ସମସ୍ତ ଭକ୍ତ ପ୍ରସାଦ ସେବନ କରି ଭଗବାନଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
