


ହିଞ୍ଜିଳିକାଟୁ :(ସମୃଦ୍ଧ ଓଡିଶା) ତା ୧୩/୧୨/୨୦୨୫ ରିଖ ସୋମ ବାର ଦିନ ଗଣ୍ଡଳl – ବେଲଗାଁ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡକ୍ରସ ତରଫରୁ ସଡକ ସୁରକ୍ଷା ମାସ ପାଳନ କରାଯାଇଛି l ଏହି ଅବସରରେ ପ୍ରଥମେ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ ନେତୃତ୍ବରେ ଛାତ୍ର ଛାତ୍ରୀ ମାନ ଙ୍କୁ ନେଇ ଗଣ୍ଡଳା ବେଲଗାଁ ରେ ଏକ ସଚେତନତା ରାଲି ଆୟୋଜିତ କରାଯାଇଥିଲା lଏହାପରେ ଅଧ୍ୟକ୍ଷା ଡ଼. ଅମିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ କରାଯାଇଥିଲା l ଏଥିରେ ବେଲଗାଁ ର ଥାନା ର ଭାରପ୍ରାପ୍ତ ଅଧିକାରୀ. କମଲାନି ନାୟକ .. ମୁଖ୍ୟ ଅତିଥି ଭବରେ ଯୋଗ ଦେଇ ସଡକ ସୁରକ୍ଷା ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ l ମୁଖ୍ୟବକ୍ତାଭାବେ ସରକାରୀ ଗଣେଶ ବିଦ୍ୟାପୀଠ, ଗଣ୍ଡଳା ର ପ୍ରଧାନ ଶିକ୍ଷକ ଶ୍ରୀ ରାମହରି ସାହୁ ଯୋଗ ଦେଇ ସଡକ ସୁରକ୍ଷା କିପରି ନିୟନ୍ତ୍ରଣ କରାଯାଇ ପାରିବ ତାହା ଉପରେ ଗୁରୁତ୍ଵ ଆରୋପ କରିଥିଲେ l ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ଗୌଡା ଯୋଗଦେଇ ସଚେତନତା ଦ୍ଵାରା ସଡ଼କ ସୁରକ୍ଷା ଦୁର୍ଘଟଣା ରୁ ନିଜକୁ ରକ୍ଷା କରି ପାରିବl ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଞ୍ଚ ଜଣ ଛାତ୍ରୀ ଶୀତଲ ପାଣିଗ୍ରାହୀ, ଶ୍ରିୟା ପାଣିଗ୍ରାହୀ, ଅଙ୍କିତା ସାହୁ, ବିଶ୍ନୁ ପ୍ରିୟା .. ଙ୍କୁ ପୁରସ୍କାର କରାଯାଇ ଥିଲା lଅତିଥି ପରିଚୟ ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ .ସୁଧାଂଶୁ ଶେଖର ସାହୁ ପ୍ରଦାନ କରିଥିଲେ l ଅଧ୍ୟାପକ ଶ୍ରୀ କାଳୁ ଚରଣ ନାୟକ, ନୀଳାଞ୍ଚଳ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l
ରିପୋର୍ଟ:-ରଜତ ପଟ୍ଟନାୟକ