

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ବାଦୁଆ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ପାଠାଗାର ପକ୍ଷରୁ ଗ୍ରାମର ସମସ୍ତ ଜନସାଧାରଣଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବାରୁ ସମସ୍ତ ଜନସାଧାରଣ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଳନ କରୁଛନ୍ତି । ପ୍ରଶାସନର ନିର୍ଦ୍ଦେଶକୁ ନଜରରେ ରଖି ପାଠାଗାର ପକ୍ଷରୁ ଯୁବଗୋଷ୍ଠୀ ମାସ୍କ କିଣି ଗ୍ରାମର ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିଥିଲେ । କରୋନା ଭୁତାଣୁ ସଂକ୍ରମଣ ଓ ଏହାର ଭୟାବହକୁ ନେଇ ପ୍ରତିଷେଧକ ମୂଳକ ଭାବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହିଭଳି ଏହି ଗ୍ରାମର ଯୁବ ପିଢ଼ିଙ୍କ ସାମାଜିକ କାର୍ଯ୍ୟ ଯୋଗୁଁ ବୁଦ୍ଧିଜୀବ ମହଲ ପ୍ରଶଂସା କରିଛନ୍ତି ।
ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା