ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଟ୍ରଷ୍ଟି ସତ୍ୟସୂନ୍ଦର ଦାସ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥିଭାବେ ବିଇଓ ବିଜୟ କୁମାର ନାଥ ଓ ମୁଖ୍ୟବକ୍ତାଭାବେ ପୂର୍ବତନ ଅଧ୍ୟକ୍ଷ ଡ. ଲଳିତ ରଂଜନ ସେନାପତି, ତଥା ସମ୍ମାତୀ ଅତିଥିଭାବେ ମହିଳା କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଯୋଗ ଦେଇ ଶ୍ରୀ ଅରବିନ୍ଦଙ୍କ ଜୀବନ ଦର୍ଶନ ଓ ଅତିମାନସ ଶକ୍ତିର ଅବତାରଣା କରି, ଶ୍ରୀଅରବିନ୍ଦଙ୍କ ଶିକ୍ଷାରେ ଶାରିରୀକ, ପ୍ରାଣିକ, ମାନସିକ ଓ ଆଧ୍ୟାତ୍ମକିତା ରହିଥିବା ଯୋଗୁଁ ଏହି ଶିକ୍ଷାକୁ ଗ୍ରହଣ କରାଯାଉଛି । ଟ୍ରଷ୍ଟି ସରୋଜ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଂଚ ଆହ୍ୱାନ ଓ ବେଦପାଠ କରିଥିଲେ । ଅତିଥି ପରିଚୟ ଅଜିତ୍ କୁମାର ଦତ୍ତ କରିଥିବା ବେଳେ ସଂପାଦକ ବ୍ରହ୍ମାନନ୍ଦ ମହାନ୍ତି ବାର୍ଷିକ ବିବରଣୀ ପାଠେ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମନୋରଂଜନ ଦାସମହାପାତ୍ର ଓ ଡ. ଅଜିତ୍ କୁମାର ମହାନ୍ତି ଆସନ୍ତା ଦିନରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ସଂଖ୍ୟାରେ ଶ୍ୟାମସୁନ୍ଦର ଦେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା