ଶ୍ରୀତଳାମାତା ଯୁବକ ସଂଘ ପକ୍ଷରୁ ୬ଦିନ ବ୍ୟାପି ମହୋତ୍ସବ ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚୋରମରା ଗ୍ରାମରେ ସବୁବର୍ଷପରି ଚଳିତବର୍ଷ ଶୀଳତାମାତା ଯୁବକ ସଂଘ ପକ୍ଷରୁ ୬ ଦିନ ବ୍ୟାପି ମହୋତ୍ସବ ଓ ଛପନମାଦଳ କାର୍ଯ୍ୟକ୍ରମ ବିପୁଳ ଉଲ୍ଲାସ ଓ ଉଦ୍ଦିପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିବସରେ ଶୀତଳା ମାତାଙ୍କ ପୁଜାର୍ଚ୍ଚନା, ବଡପୂଜା, ଶ୍ରୀ ଚୈତନ୍ୟ ଦେବକଙ୍କ ଆଗମନ କାର୍ଯ୍ୟକ୍ରମ ସାଂଗକୁ ଘଟୋତ୍ତଳନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଅଖଣ୍ଡ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଆଖପାଖ ପାଇକସିଦା, କେଶପୁରା, ଡିଙ୍ଗାଶୋଳ, କୋଟସାହି, ବାଲିକବାର୍ଡ ପ୍ରଭୃତି ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତ୍ୟେକ ଦିନ ଉପସ୍ଥିତ ରହିବା ସହିତ ପ୍ରତ୍ୟେକ ସଂଧ୍ୟାରେ ପ୍ରସାଦ ସେବନ କରିଥିଲେ । ପ୍ରତ୍ୟେହ ସକାଳେ ନଗର ପରିକ୍ରମା, ସମବେତ ସଂଗୀତ ଓ ନାମ ସଂକୀର୍ତ୍ତନ ଏବଂ ସଂଧ୍ୟାରେ ପାଲା ପରିବେଶଣ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ସମଗ୍ର ଅଂଚଳଟି ଏକ ଭାବାବେଗରେ ପରିପୂର୍ଣ୍ଣ ହୋଇ ଏକ ଭାଇଚାରା ସୃଷ୍ଟି କରିବାରେ ସ୍ଥାନୀୟ ଯୁବକମାନଙ୍କ ପ୍ରଚେଷ୍ଟା ଅଂଚଳବାସୀଙ୍କ ପକ୍ଷରୁ ସାଧୁବାଦ ପ୍ରଦାନ କରାଯାଇଥାଏ । ଉକ୍ତ କାର୍ଯ୍ୟକ୍ରମକୁ ଚୋରମରା ସରପଂଚ ପରିତୋଷ କାମିଳାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମର ପ୍ରଦୀପ ଜେନା, ଆଲୋକ ଜେନା, ଗୁଣାକର ଜେନା, ଚିନ୍ତାମଣୀ ଜେନା, ମିଟୁ ଜେନା, ରାଜୁ ଜେନା, ଧିରେନ୍ ଜେନା, ନନ୍ଦନ ଜେନା, ବିଶୁ ଜେନା, ଗୋପବଂଧୁ ଜେନା, ଅଶୋକ ଜେନା, ତନ ଜେନା, ଶ୍ରୀକୃଷ୍ଣ ଜେନା, ଜଗବଂଧୁ ଜେନା, ଦାୟରନିଧି ହାଁସଦା, ମନୁ ଜେନା, ବିଷ୍ଣୁପଦ ଜେନା, ସୁଦାମ ଜେନା, ଚନ୍ଦନ ଜେନା, ଓ ଗୋବିନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା