

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୮ ଦିନ ଧରି ଚାଲିବାକୁ ଥିବା ଶ୍ରୀମଦ ଭାଗବତ କଥା ଜ୍ଞାନାମୃତ ପୂର୍ବରୁ ଗତକାଲି ତଥା ଶୁକ୍ରବାର ଦିନ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଦ୍ୟବାଜଣା ଓ ଭଜନକୀର୍ତ୍ତନ ସହ ୧୦୮ ମହିଳା ମୁଣ୍ଡରେ କଳସ ଧାରଣ କରି ସହର ପରିକ୍ରମା କରିଥିଲେ । ବୃନ୍ଦାବନ କ୍ଷେତ୍ରରୁ ଆସିଥିବା ସ୍ୱାମୀ ପ୍ରେମଧନ ଲାଲନ ମହାରାଜଙ୍କ ନେତୃତ୍ୱରେ କଳସ ଯାତ୍ରା ଚତୁର୍ଭୁଜ ଧର୍ମଶାଳାରୁ ବାହାରିଥିଲା । ମୁଖ୍ୟ ରାସ୍ତା, ଆସିକା ରୋଡ଼, ସାନବଜାର, ହନୁମାନ ବଜାର, ଗିରି ମାର୍କେଟ, କର୍ପୋରେସନ ରୋଡ଼, ସୋମନାଥ ନଗର ପରିକ୍ରମା ପରେ ପଟୁଆର ଜ୍ଞାନାମୃତ କଥାସ୍ଥଳ ଶ୍ୟାମବାବା ମନ୍ଦିରରେ ପହଞ୍ଚିଥିଲା । ସନ୍ଧ୍ୟାରେ ଲାଲନ ମହାରାଜ ଭାଗବତ କଥାମୃତ ପ୍ରବଚନ ଶୁଣାଇଥିଲେ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଶ୍ୟାମ ମିତ୍ର ମଣ୍ଡଳ ଆୟୋଜନ କରୁଥିବା ବେଳେ ଅଧ୍ୟକ୍ଷ ବଜରଙ୍ଗୀଲାଲ ଚୌଧୁରୀ, ସମ୍ପାଦକ ନିରଂଜନ ଲାଲ ଝାବର ଓ ଅନ୍ୟ ଟ୍ରଷ୍ଟିଗଣ ପରିଚାଳନା କରୁଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



