
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଶ୍ରଦ୍ଧାଳୁମାନେ ଶ୍ରୀମାନଙ୍କର ୧୪୩ତମ ଜନ୍ମ ଦିବସ ପାଳନ କରୁଥିବା ବେଳେ ଜଳେଶ୍ୱରର ଗାନ୍ଧିସେବାଶ୍ରମ ପରିସରରେ ଅଧିଷ୍ଠିତ ଶ୍ରୀ ଅରବିନ୍ଦ ରେଲିକ୍ସ ସେଣ୍ଟର ପକ୍ଷରୁ ପାଳିତ ହୋଇଛି । କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିବା ସହ ଆଜି ମାଙ୍କର ଦର୍ଶନ ଦିବସ ପଣ୍ଡିଚେରୀରେ ହେଉଥିବାରୁ ସେ ସଂପର୍କରେ ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଳୁ ଧିରେନ୍ଦ୍ର କୁମାର ପ୍ରଧାନ ପୌରହିତ୍ୱରେ ମିନାରାଣୀ ଦେ, ରାଜଶ୍ରୀ ଚାନ୍ଦ ପ୍ରମୁଖ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଦର୍ଶନ ଓ ଭାଗବତୀ ଶକ୍ତିର ଅବତରଣ ସଂପର୍କରେ କହିଥିଲେ । ଆଶ୍ରମର ଅନ୍ତେବାସୀ ଓ ବହୁ ମାତୃପ୍ରେମୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା