ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ କରାପଲ୍ଲୀ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କରିବାରେ ସଫଳ ତଥା ବିପର୍ଯ୍ୟୟ ବେଳେ ଉତ୍ତମ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ବାତ୍ୟା ଆଶ୍ରୟସ୍ଥଳୀ ରୂପେ କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପୁରସ୍କାର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ଓ ଲକ୍ଷ୍ମୀପୁର ସରପଞ୍ଚ ଏମ.ନାସିମୁଲୁ ରେଡ୍ଡୀଙ୍କୁ ପୁରସ୍କୃତ କରିଥିଲେ । ଏହି ବାତ୍ୟା ଆଶ୍ରୟସ୍ଥଳୀ ପୁରସ୍କୃତ ହୋଇଥିବାରୁ ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ ଓ ବିଡିଓ ଅମ୍ବିକା ପ୍ରସାଦ ଦାଶ ଏହି ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ସଦସ୍ୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା