
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପୌରପାଳିକା ୱାର୍ଡ ନଂ୪ ଅଧୀନରେ ଥିବା ଶ୍ୟାମ ସୁନ୍ଦର ରାଜଗୁରୁ ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ପ୍ରତିମୂର୍ତ୍ତି ଏବଂ ତା ଚତୁଃପାର୍ଶ୍ବରେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହୋଇଛି । ଏହା ତାଙ୍କ ପ୍ରତି ଗଭୀର ଅପମାନ । ତେଣୁ ଆପଣମାନଙ୍କ ଜରୀଆରେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଛୁ ବୋଲି ଜଣାଇଛନ୍ତି ବିଜେଡି ନଗର ସଭାପତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ । ଦୟାକରି ଭ୍ରମ ସୃଷ୍ଟି କରୁଥିବା ଜଙ୍ଗଲ ମଧ୍ୟରୁ ସ୍ୱର୍ଗତ ରାଜଗୁରୁଙ୍କ ପ୍ରତିମୂର୍ତ୍ତିକୁ ଉଦ୍ଧାର କରନ୍ତୁ । ଖାସ କରି ଜିଲ୍ଲା ଶିକ୍ଷା ଅଧିକାରୀ ଏହାପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ସୂର୍ଯ୍ୟନାରାୟଣ ରାଜୁଗୁରୁ ।
ରିପୋର୍ଟ : କୃଷ୍ଣ କୁମାର ବେହେରା