

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳହିତେଇସିନୀ ସମାଜର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳହିତେଇସିନୀ ସଭାଗୃହରେ ଶ୍ୟାମ ସୁନ୍ଦର ରାଜଗୁରଙ୍କ ୧୫୪ତମ ଜୟନ୍ତୀ ଉତ୍ସବ ଗତକାଲି ପାଳିତ ହୋଇଯାଇଛି । ପ୍ରଥମେ ଗୁରୁ କୈଳାଶ ଚନ୍ଦ୍ର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏକାଡେମୀର ପ୍ରତିନିଧି ଚିନ୍ମୟ ମିଶ୍ର ସ୍ୱାଗତ ସମ୍ଭାଷଣ ପରେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଳରାମ ନାଗା ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି କବି ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ମଂଚରତ୍ନ ବଟକୃଷ୍ଣ ପାତ୍ର ଯୋଗ ଦେଇଥିବା ବେଳେ ବରିଷ୍ଠ ସାରସ୍ୱତ ଶିଳ୍ପୀ ଘନଶ୍ୟାମ ଜେନା ଏବଂ ବରିଷ୍ଠ ଆୟୁର୍ବେଦବିତ ଲୋକନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



