ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ୟାମନଗର ଗାଁରେ ଏକ କମ୍ପ ହାଉସ୍ରୁ ବିଶୁଦ୍ଧ ପିଇବା ପାଣି ବ୍ୟବହାର ଲାଗି ବ୍ୟବସ୍ଥା ଥିବା ବେଳେ ସେହି ଗାଁର ପର୍ଯ୍ୟାପ୍ତ ପିଇବା ପାଣି ମିଳୁ ନ ଥିବାର ଅଭିଯୋଗ ହୋଇଛି । ଗାଁର ୮ ଓ ୯ନଂ ୱାର୍ଡରେ ଜଳ ସଂକଟ ୩ମାସ ଧରି ରହିଥିବାରୁ ଲୋକେ ଏ ସଂପର୍କରେ ଦୁଲା ମୁର୍ମୁ, ସାମଲ ମୁର୍ମୁ, ଭାରତ ଟୁଡୁ, ମୋହନ ହେମ୍ବ୍ରମଙ୍କ ନେତୃତ୍ୱରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପାଇପରେ ପାଣି ନ ଆସିବା, ଦୁଷିତ ମଇଳା ପାଣି ଆସିବା କାରଣରୁ ଗ୍ରାମରେ ଜଳକ୍ଳିଷ୍ଟ ବଢିବା ସହିତ ବିଭିନ୍ନ ଦୁରାରୋଗରେ ଗ୍ରାମବାସୀ ପିଡିତ ହେଉଛନ୍ତି । ଯଦି ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ଆସନ୍ତା ଦିନରେ ସେ ଅଞ୍ଚଳର ଲୋକେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା