ଷ୍ଟେସନ ପରିସରରେ ମୋବାଇଲ ଚୋରକୁ ଲୋକେ ନିସ୍ତୁକ ଛେଚିଲେ…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ଷ୍ଟେସନ ପରସସରରେ ଥିବା ୨ନଂ ପ୍ଲଟଫର୍ମରେ ଗତକାଲି ସକାଳ ୭ଟା ସମୟରେ ଡାଉନ୍ ଏନାକୁଲମ୍ – ପାଟଣା ସୁପରଫାଷ୍ଟ ଏକ୍ସପ୍ରେସ୍ ଅଟକି ଛାଡୁଥିବା ସମୟରେ ହଠାତ୍ ଜନୈକ ମୋବାଇଲ ଚୋର ଜନୈକା ମହିଳାଯାତ୍ରୀଙ୍କ ଭେନିଟିବ୍ୟାଗ ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଯାତ୍ରୀମାନେ ତାଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ । ଜଳେଶ୍ୱର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳ ଘଟଣା ସଂପର୍କରେ ଜିଆର୍ପି କୁ ଖବର ଦେବାପରେ ପୁଲିସ୍ ଉତ୍ୟକ୍ତ ଯାତ୍ରୀଙ୍କ କବଳରୁ ଉକ୍ତ ଚୋରକୁ ଉଦ୍ଧାର କରିଥିଲେ । ସୂଚନାଯୋଗ୍ୟ ଉକ୍ତ ଚୋର ଜଣକ ପଶ୍ଚିମବଂଗ ଅଂଚଳରେ ହୋଇଥିବା ବେଳେ ତାର ଅବଦୁଲ ରେହେମାନ ବୋଲି ଜଣାଯାଇଛି । ଜିଆର୍ପି ଉକ୍ତ ଚୋରକୁ ଗିରଫ କରି ବାଲେଶ୍ୱର କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା