

ଛତ୍ରପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସଂକଳ୍ପ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୃଷି ଓ କୃଷକ ବିଧ୍ୱଂସକାରୀ ନୂତନ କୃଷି କଳା ଆଇନ ରଦ୍ଦ କରିବା ଦାବି ନେଇ ଗଞ୍ଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଛତ୍ରପୁରରେ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ ଚାଷୀ ଓ ଚାଷୀନେତା ମାନେ ଏହି କଳା ଆଇନ ରଦ୍ଦ କରିବା ନିମନ୍ତେ ଦାବି କରିଥିଲେ । ଏହାସହ ଭାରତର ସମ୍ବିଧାନକୁ ସୁରକ୍ଷା ରଖିବା ନିମନ୍ତେ ଆଇନଜୀବୀ ଗୋକୁଳଚନ୍ଦ୍ର ପଣ୍ଡା ସମସ୍ତ ଚାଷୀମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ସିପିଆଇର ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ଆଇନଜୀବୀ ଡ଼ି. ଆଦି ନାରାୟଣ ରେଡ୍ଡି, ସିପିଆଇ ଛତ୍ରପୁର ଜୋନାଲ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି, ପ୍ରଫୁଲ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଦୁର୍ଯ୍ୟୋଧନ ନାହାକ, ବହୁଜନକ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ସୁମା ଦାସ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକଙ୍କ ସମେତ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
