

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି I ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ସକାଶେ ଗଞ୍ଜାମ ଜିଲ୍ଲାକୁ ଫୋକସ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସକାଶେ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଡାକ୍ତର ଯୋଗାଇ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସମୟରେ ସେହି ସବୁ ସୁବିଧା ଉପଲବ୍ଧ ହେବା କାଠିକର ବ୍ୟାପାର ଏଣୁ ଜିଲ୍ଲାବାସି ନିଜଆଡୁ ସତର୍କତା ଅଵଲମ୍ବନ କରିବା ଆବଶ୍ୟକ, ନଚେତ ପରିସ୍ଥିତି ସାଙ୍ଘାତିକ ଆଡକୁ ଗତିକରି ବିପର୍ଯୟ ସ୍ଥିତି ଦେଖାଦେବ I ଏଥି ସକାଶେ ଆଜି ଶନିବାର ପୂର୍ବାହ୍ନ ସମୟରେ ଭିଡିଓ କନଫରେନ୍ସ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଅଧିକାରୀ ମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି I ବର୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରି କରାଯିବ I ଫେରୁଥିଵା ପ୍ରବାସୀ ମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ I ଯେଉଁ ପ୍ରବାସୀମାନେ ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ସମସ୍ତ ଚିକିତ୍ସାଳୟରେ RRT କୀଟ ମହଜୁଦ କରି ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଏକୁଟିଆ ବା ଆଇସୋଲେସନରେ ରଖିବା ସକାଶେ ସମସ୍ତ ସୁବିଧା ଥାଇ ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ I ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ I ଜିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି I ଯେଉଁ ଦୋକାନ ଵା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନ କରି ସାମଗ୍ରୀ କିଣୁଥିଵା ନଜର ଆସିଲେ ଏଣିକି ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ I ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କରେଣ୍ଟଇନ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ I ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ I ଅକ୍ସଜେନ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତକରି ରଖାଯିବ I ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଏଭଳି ତିରିଶି ଗୋଟି ଆମ୍ବୁଲାନ୍ସ ରଖାଯିବ I ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ଟିକା ପ୍ରଦାନ କରାଯିବ I ତହସିଲଦାରଗଣ ଚଢ଼ାଉ କାର୍ଯ୍ୟ ବ୍ୟାପକ କରି ଦୋକାନୀ ଓ ମାସ୍କ ପରିଧାନ କରିନଥିଵା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବେ I ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବ I ସମସ୍ତ ବସ ଡ୍ରାଇଭର ମାନଙ୍କୁ ଟିକା ଦିଆଯିବ I ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡି କେଏର ସେଣ୍ଟର ପ୍ରସ୍ତୁତ କରାଯିବ I କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ I କୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି I ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼. ବଳିରାମ ବୋନ୍ଦାର, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ୱ. କୀର୍ତ୍ତି ୱାସନ, ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜ଼ିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି I

