ସଂଗ୍ରାମୀ ସାଥି ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାଷିର୍କୀ ପାଳିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବିଜିପୁରସ୍ଥିତ ସନ୍ତୋଷୀ ମା କଲ୍ୟାଣ ମଣ୍ଡପରେ ସଂଗ୍ରାମୀ ସୁଭାଷ ପରିଡାଙ୍କ ନବମ ଶ୍ରାଦ୍ଧ ବାଷିର୍କୀ ଉତ୍ସବ ପାଳନ ହୋଇଯାଇଛି I ଏହି ଅବସରରେ ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଭୂମିକା ଓ ସରକାରଙ୍କ ଗତିବିଧି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା I ଆଲୋଚନାଚକ୍ରରେ ରାଜ୍ୟର ବିଭିନ୍ନ ବାମପନ୍ଥୀ ସଂଗଠନ, ସାମାଜିକ କର୍ମୀ ଓ ଶିକ୍ଷାବିତମାନେ ଯୋଗଦେଇ ଦେଶର ଗଣତନ୍ତ୍ରର ହତ୍ୟା ଚାଲିଛି ଏବଂ ଇତିହାସରେ ବିକୃତିକରଣ ଭାରତର ଅସ୍ମିତାକୁ ନଷ୍ଟ କରୁଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ I ସମସ୍ତ ବକ୍ତା ସୁଭାଷ ବାବୁ ଜଣେ ସରକାରୀ କର୍ମଚାରୀ ରହି ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହୋଇ ବହୁବାର କାରାବରଣ କରିଛନ୍ତି Iଏଭଳି ବ୍ୟକ୍ତି ଭାରତ ବର୍ଷରେ ବିରଳ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ I ସୁଭାଷ ପରିଡ଼ା ବହୁମୁଖୀ ସମାଜ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷର ସୁନାମଧନ୍ୟ ପରିବେଶବିତ୍‌ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ କୁମାର ସାମନ୍ତରା, ଗଞ୍ଜାମ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ସାମାଜିକ କର୍ମୀ ଭଗବାନ ସାହୁ, ପୂର୍ବତନ ବିଧାୟକ ନାରାୟଣ ରେଡ଼ୀ, ସିପିଆଇଏମଏଲ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ନବୀନର ସମ୍ପାଦକ ତଥା ହିନ୍ଦ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ, ପିସିସି ମୁଖପାତ୍ର ପୀତବାସ ପଣ୍ଡା, ଡ଼ାୟଟ ପୁରୀର ଅଧ୍ୟକ୍ଷ ଡ଼. ବାୟାମନୁ ଚଚ୍ଚିର୍, ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ସୁଧୀର ରାଉତ, ମହାନ ସଂଘ ସଭାପତି ସୁଶାନ୍ତ ସାବତ, ରାଜେନ୍ଦ୍ର ଦଳ ବେହେରା, ବିଘ୍ନେଶ୍ବର ସାହୁ, ସାମ୍ବାଦିକ ଡ଼. ଜଗନମୋହନ ମହାପାତ୍ର, ସମାଜସେବୀ ତ୍ରିନାଥ ମହାରଣା ପ୍ରମୁଖ ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ନିଜ ନିଜ ମତ ରଖଥିଲେ I ଭାରତ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେI ଅନୁଷ୍ଠାନର ଆବାହକ ସଞ୍ଜୟ କୁମାର ମାଝି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ I କର୍ମଚାରୀ ନେତା କିଶୋର ପାତ୍ର, ଗୁରୁଚରଣ ପାତ୍ର, ମାନବ ସୁରକ୍ଷା ମଞ୍ଚର ଅବନୀ ଗୟା, ଶିକ୍ଷାବିତ୍‌ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସୁଦାମ ବେହେରା, ସୁବାସ ପାତ୍ର, ମୀନକେତନ ଜେନା, ଗାଗାରିନ ନାୟକ, ରବି ନାୟକ, ଭିକାରୀ ଚରଣ ନାୟକ, ବଂଶୀଧର ଭୂୟାଁ, ବି.ରାଙ୍ଗା ପାତ୍ର, ଭଗବାନ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସୁଭାଷ ବାବୁଙ୍କ ବହୁମୁଖୀ ପ୍ରତିଭା ଅନ୍ୟାୟ, ଭ୍ରଷ୍ଟାଚାର ବିରୋଧରେ ଯେକୌଣସି କ୍ଷମତାଶୀଳ ଲୋକ ହୋଇପାରନ୍ତିI ସେ ତାକୁ ବରଦାସ୍ତ କରିନାହାନ୍ତି ଏବଂ ଜୀବନସାରା ସାଧାରଣ ଜନତାଙ୍କ ପାଇଁ ସଂଗ୍ରାମ କରି ଇତିହାସ ରଚନା କରିଛନ୍ତି ବୋଲି ପ୍ରକାଶ କରିଥିଲେ I ଏହି କାଯର୍‌ୟକ୍ରମରେ ସହରର ଶତାଧିକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ପରିଡ଼ାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ବୋଲି ସୁଭାଷ ପରିଡ଼ା ସ୍ମୃତି କମିଟିର ଆବାହକ ସଞ୍ଜୟ କୁମାର ମାଝି ଜଣାଇଛନ୍ତି I