ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ, ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟରରେ ଆଜି ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦ୍ଵାରା ପ୍ରବାସୀ ମାନଙ୍କୁ ବିଦାୟ ଦେବା ସମୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ପ୍ରବାସୀଙ୍କ କହିବା ଅନୁଯାୟୀ । କ୍ଵାରେନ୍ଟାଇନ୍ ସେଣ୍ଟର ଛାଡି ଯିବାକୁ ଇଚ୍ଛା ହେଉନାହିଁ । ଆମକୁ ଆଉ କିଛି ଦିନ ଏଠି ରହିବାକୁ ଦିଆଯାଉ । ଆଞ୍ଚଳିକ ମହାବିଦ୍ୟାଳୟ କ୍ଵାରେନ୍ଟାଇନ୍ ସେଣ୍ଟରରେ ସରପଞ୍ଚଙ୍କ ଆଦେଶ କ୍ରମେ ସୁସ୍ବାଦୁ ଖାଦ୍ୟ ପରିବେଷଣ, ପ୍ରତେକ ଦିନ ଯୋଗଶିକ୍ଷା, କ୍ଵାରେନ୍ଟାଇନ୍ ସେଣ୍ଟରକୁ ସଫେଇ, ବିଷୁଦ୍ଧ ପାନୀୟ ଜଳ ଯୋଗାଣ, ପ୍ରବାସୀଙ୍କୁ ଉତ୍ତମ ବ୍ୟବହାର ପରିବେଷଣ ହିଁ ସରପଞ୍ଚଙ୍କୁ ଆଦର୍ଶ ସରପଞ୍ଚ ଭାବେ ପରିଚିତ କରିବା ସହ ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରିଛନ୍ତି । ସରପଞ୍ଚ ପ୍ରବାସୀ ମାନଙ୍କୁ ବିଦାୟ ସମୟରେ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଘରେ ଯାଇ ୧୪ ଦିନ ସଙ୍ଗରୋଧରେ ରହିବାକୁ ଉପଦେଶ ଦେଇଥିଲେ । ଘର ସଙ୍ଗରୋଧ ପ୍ରକ୍ରିୟା ସାରିଥିବା ପ୍ରବାସିଙ୍କୁ ସରକାରଙ୍କ ଘୋଷିତ ରାଶି ଦେଇ ବିଦାୟ ଜଣାଇଥିଲେ ।
ରିପୋର୍ଟ – ନିଲୁ ବିଷୋୟୀ