ସଂସ୍କୃତ-ସଂଗୋଷ୍ଠୀର ଦଶ ଦିନିଆ ଶିବର ଉଦଯାପିତ:ସଂସ୍କୃତ ବିନା ସଂସ୍କୃତିର ସ୍ଥିତି ନାହିଁ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତ ବିନା ସଂସ୍କୃତିର ସ୍ଥିତି ନାହିଁ । ଦେବଭାଷା ସଂସ୍କୃତରୁ ବିଶ୍ୱର ସମସ୍ତ ଭାଷା ସୃଷ୍ଟି କିନ୍ତୁ ସଂସ୍କୃତ ଏବେ ଅସୁରକ୍ଷିତ । ତାର ସରକ୍ଷାଲାଗି ଜନଆନ୍ଦୋଳନର ଆବଶ୍ୟକତା ଅଛିବୋଲି ଦୀର୍ଘ ୧୦ଦିନ ଧରି ଜଳେଶ୍ୱର ସଂସ୍କୃତ ସଂଗୋଷ୍ଠୀ ପକ୍ଷରୁ ଚାଲି ଆସୁଥିବା ଆଲୋଚନା ଚକ୍ରରେ ମତପ୍ରକାଶ ପାଇ ଆସୁଛି । ଏଥିଲାଗି ସଂସ୍କୃତପ୍ରେମୀ ଓ ସଂସ୍କୃତକୁ ବଂଚାଇ ରଖିବାର ମାନସିକତା ବ୍ୟକ୍ତିମାନେ ସଚେତନତା ସୃଷ୍ଟି କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି । ଗତ ୨୪ ତାରିଖରେ ଜଳେଶ୍ୱର ଟାଉନ୍ ହାଇସ୍କୁଲ ପରିସରରେ ଜଳେଶ୍ୱର ସଂସ୍କୃତ ସଂଗୋଷ୍ଠୀ ପକ୍ଷରୁ ବିଶ୍ୱର ପ୍ରଥମ ଭାଷା ସଂସ୍କୃତ ସମ୍ପର୍କରେ ଆଲୋଚନାଚକ୍ର ଆରମ୍ଭ ହୋଇଥିଲା । ୧୯୮୭ ମସିହାରୁ ଏପରି କାର୍ଯ୍ୟକ୍ରମ ଚଳି ଆସୁଥିବା ବେଳେ ଆଜି ଉଦ୍ଯାପନ ଉତ୍ସବରେ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବିବେକାନନ୍ଦ ସାହୁ ଅଧ୍ୟକ୍ଷତା କରି ସାମାଜିକ ସ୍ତରରେ ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର ଯୋଗ ଦେଇ ସାମ୍ପ୍ରତିକ ସମାଜରେ ସଂସ୍କୃତପ୍ରତି ହତାଦର, ସରକାରୀ ବୈମାତୃକଭାବ, ସଂସ୍କୃତ ଅନୁଷ୍ଠାନ ପ୍ରତି ଅଣଦେଖା, ସଂସ୍କୃତ ଓ ସଂସ୍କୃତି ପ୍ରତି ବିପଦ ଆଣିଛି । ଶିଶୁ ଠାରୁ ବୟସ୍କ ଯାଏ ଡିଜିଟାଲ ସଭ୍ୟତାକୁ ଅଧିକ ଆପଣାଉଥିବା ବେଳେ ସମାଜ ଓ ଜୀବନ ଜୀବିକା ପଥଭ୍ରଷ୍ଟ ହେଉଛି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ପଣ୍ଡିତ କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇ ସଂସ୍କୃତଭାଷ ବିଜ୍ଞାନ ସଂସ୍କୃତ ଓ ଅମୃତ ଭାଷା ବୋଲି ବର୍ଣ୍ଣନା କରି ଏହାର ଉତ୍ତୋରତ୍ତର ଉନ୍ନତି ସରକାର ଓ ସମାଜ ଚେଷ୍ଟିତ ହେବା ଉଚିତ୍ । ଲକ୍ଷ୍ୟଭ୍ରଷ୍ଟ ସମାଜକୁ ରକ୍ଷା କରିବାକୁ ହେଲେ ସଂସ୍କୃତ ଓ ସଂସ୍କୃତିକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍ ବୋଲି କହିଥିଲେ । ଅଖିଳ ଭାରତ ଅମୃତବାଣୀ ପ୍ରତିଷ୍ଠାନ ପକ୍ଷରୁ ମଧ୍ୟ ଏପରି ଆଲୋଚନା ଚକ୍ରକୁ ଅଧିକ ଗୁରୁତ୍ୱ ଦେଇଛି । ସମ୍ମାନୀତ ଅତିଥିଭାବେ ଅଧ୍ୟପକ ସୁଧାଂଶୁ ସେଖର ପଣ୍ଡା, ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଟାଉନ୍ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପାଳ ଯୋଗ ଦେଇ ସମୃଦ୍ଧ ଭାଷା ବିନା ଶିକ୍ଷା ଓ ସାମାଜିକ ଜୀବନ ଧ୍ୱସ୍ତ ବିଧ୍ୱସ୍ତ ହୋଇଥାଏ । ସଂସ୍କୃତରୁ ଅନ୍ୟଭାଷା ସୃଷ୍ଟି ହୋଇଥିବାରୁ ଏବଂ ନାସା ୨୦୩୦ମସିହା ବେଳକୁ କମ୍ପୁଟର ପରିଭାଷା ସଂସ୍କୃତରେ ଆବିଷ୍କାର କରିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ଡଃ ଅଜିତ୍ କୁମାର ମହାନ୍ତି ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ସଂଜୟ ଦାଶ ଉଦ୍ଦେଶ୍ୟଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗିରିଶ ଚନ୍ଦ୍ର ପାଣିଗ୍ରାହୀ, ଲକ୍ଷେହୀରା ଗିରି, ରାଜୀବ କର, ସପନ ମିଶ୍ର, ଅଜୟ ପଣ୍ଡା, କାର୍ତ୍ତିକ ମଣ୍ଡଳ, ପ୍ରଭାସ ନନ୍ଦ, ଭୁବନାନନ୍ଦ ଦାଶ, ରମେଶ ଗିରି, ହରେକୃଷ୍ଣ ଜେନା, ସୌଭାଗ୍ୟ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ୧୦ ଦିନ ଧରି ଚାଲିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଉଥିବାରୁ ଆଜି ସେମାନଙ୍କୁ ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା