ଛତ୍ରପୁର (ସମୃଦ୍ଧ ଓଡିଶା)କିଛିଦିନ ହେଲା ସକାଳୁ ସକାଳୁ ଗାଁ ଗାଁ ସାହି ସାହି ଘର ଘର କାହିଁକି ବୁଲୁଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ଶୁଣିଲେ ଦେଖିଲେ ଆଶ୍ଚର୍ଯ୍ୟ ହେବେ ସେଦିନ ସକାଳୁ ସକାଳୁ ପହଞ୍ଚି ଯାଇଛନ୍ତି ହିଞ୍ଜିଳିକାଟୁରେ । ଆଜି ପୁଣି ଏକାମ୍ର ନଗରକୁ ସକାଳୁ ସକାଳୁ ଯାଇ ଘର ଘର ବୁଲି ତାନଖୁଛନ୍ତି କାହା ଘରେ ଡଷ୍ଟବିନ ଅଛି ନା ନାହିଁ । ଉଧେଶ୍ୟ ହେଲା ସ୍ୱଛତା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘରେ ଘରେ ଡଷ୍ଟବିନ ରଖି କି ଠିକ୍ ସମୟରେ ଅଳିଆ ଆବର୍ଜନା ଉଠାଇ ଘର ବାହାର ପରିଷ୍କାର ରଖିବା ପାଇଁ ପରାମର୍ଶ ଦେଉଥିଲେ। ସାଥିରେ ଛତ୍ରପୁର ଏନଏସି କର୍ମଚାରି ଓ ନିର୍ବାହି ଅଧିକାରୀଙ୍କୁ ନେଇ ଏଭଳି ସେବା କାର୍ଯ୍ୟରେ ଲାଗି ପଡିଛନ୍ତି ଜିଲ୍ଲାପାଳ,ଫଳରେ ଅଫିସରଙ୍କ ସକାଳୁ ଉଠିବା ଅଳସୁଆ କଟିବା ଓ ପାଦରେ ଚାଲିବା ଦ୍ୱାରା ବ୍ୟାୟାମ ବି ହୋଇ ଗଲା । ଲୋକେ ସେବା ପାଇଲେ ଜିଲ୍ଲାପାଳଙ୍କୁ ଘରମୁହଁରେ ଦେଖି । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରକୁ ଆହୁରି ସୌନ୍ଦର୍ଯ୍ୟ କରିବା ପାଇଁ କୁଆଡେ ଜିଲ୍ଲାପାଳ ଶପଥ ନେଇଛନ୍ତି । ସେଥିପାଇଁ ଦିନକୁ ଦିନ ସୌନ୍ଦର୍ଯ୍ୟ କରଣ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସିର ବିଭିନ୍ନ କାର୍ଯ୍ୟ କରାଯାଉଛି । ଆହୁରି ମଧ୍ୟ କାର୍ଯ୍ୟ ଚାଲୁ ରହିଛି । ଏନେଇ ସୋମବାର ସକାଳ ଖୋଦ ଜିଲ୍ଲାପାଳ କୁଲାଙ୍ଗେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରୁ ଚଣ୍ଡି ଛକ ପର୍ଯ୍ୟନ୍ତ ସ୍ୱଚ୍ଛତାର ବାର୍ତ୍ତା ଦୋକାନକୁ ଦୋକାନ ବୁଲି ପରିମଳ ବ୍ୟବସ୍ଥାର ତଦାରଖ କରିବା ସହ ସୁସ୍ଥ ସୁନ୍ଦର ବାତାବରଣରେ ରହିଵା ନିମନ୍ତେ ସମସ୍ତେ ଡଷ୍ଟବିନର ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁମାନେ ଡଷ୍ଟବିନ ବ୍ୟବହାର କରୁ ନାହାନ୍ତି ଆଜି ଠାରୁ ବ୍ୟବହାର କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ନଚେତ ଆଗାମୀ ଦିନରେ ଏନଏସି ପକ୍ଷରୁ ଜରିମାନା ବହୁ ପରିମାଣରେ ଆଦାୟ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କଡା ଚେତାବନୀ ଦେଇଥିଲେ । ଡଷ୍ଟବିନ ବ୍ୟବହାର କରିଲେ ନିଜ ନିଜ ଦୋକାନ ସଫା କରିବା ସହ ପରିବେଶ ଏବଂ ସହର ସ୍ୱଚ୍ଛତା ରହିବ ବୋଲି ସେ କହିଥିଲେ । ଏହାସହ ଜିଲ୍ଲାପାଳ ପଲିଥିନ କାରବାର ନେଇ ଦୋକାନ ଗୁଡିକକୁ ନିଜେ ଯାଞ୍ଚ କରିଥିଲେ । ଯେଉଁମାନେ ପଲିଥିନ କାରବାର କରୁଛନ୍ତି ସେଥିରୁ ନିବୃତ ରୁହନ୍ତି ବୋଲି କହିଥିଲେ । ନଚେତ ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯିବ ବୋଲି ସିଧାସଳଖ କହିଥିଲେ । ଏନଏସିର ନାଳ ନର୍ଦ୍ଦମା ପରିସ୍କାର ରଖିବା ସହ ଯେଉଁମାନେ ନାଳରେ ମଇଳା ପକାଉଛନ୍ତି ତାହା ବନ୍ଦ କରି ଏନଏସି ମଇଳା ସଂଗ୍ରହ ଗାଡ଼ିରେ ପକାଇବା ନିମନ୍ତେ କହିଥିଲେ । ଆହୁରି ମଧ୍ୟ ସେ ନେଇଥିବା ପଦକ୍ଷେପ ଗୁଡିକ ବିଷୟରେ ସୂଚନା ଦେଇ କହିଥିଲେ ଯେ ଛତ୍ରପୁର ପନିପରିବା ମାର୍କେଟକୁ ଆଧୁନିକ ଧରଣ ମାର୍କେଟ କରାଯିବ । ଏହାର ଡିପିଆର ପ୍ରସ୍ତୁତ କରିବାକୁ ପଠାଯାଇଛି । ଛୋଟ ଛୋଟ ପନିପରିବା ଚାଷୀମାନେ ରାସ୍ତା କଡରେ ନ ବସି ମାର୍କେଟରେ ପିଡି ମାଧ୍ୟମରେ ବ୍ୟବସାୟ କରିପାରିବେ । ଏହାର ବ୍ୟବସ୍ଥା ମଧ୍ୟ କରାଯିବ । ସହରରେ ଟ୍ରାଫିକ ସମସ୍ୟା ଏବଂ ପରିମଳ ସୁବ୍ୟବସ୍ଥା କରିବା ନିମନ୍ତେ ଏନଏସ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହାସହ ଯେଉଁମାନେ ଡଷ୍ଟବିନ ବ୍ୟବହାର କରୁନାହାନ୍ତି ଏବଂ ମଇଳା ଏଣେତେଣେ ପକାଉଛନ୍ତି । ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବାକୁ ନେଇ ନିର୍ଦେଶ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା