
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହରର କେନ୍ଦ୍ର ସ୍ଥଳି ପିଲିବନ୍ଧ ହୁଡା ପାର୍ଶ୍ୱରେ ଅବସ୍ଥିତ ସଙ୍କଟ ମୋଚନ ମଞ୍ଚମୁଖୀ ହନୁମାନ ମନ୍ଦିର ପରିଚାଳନା କମିଟି ଗଠନ କରାଯାଇ ନିୟମିତ ହନୁମାନ ଚାଳିଶା, ରାମାୟଣ ତଥା ସୁନ୍ଦରାକାଣ୍ଡ ଅଧି ପଠନ ନିମନ୍ତେ ସ୍ଥିର କରାଯାଇଛି । ମନ୍ଦିର ପରିଚାଳନା କ୍ଷେତ୍ରରେ ମନ୍ଦିର ପ୍ରତିଷ୍ଠାତା ସୁଧୀର ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଅରୁଣ ଶତପଥୀ ଉପସଭାପତି, ସୁବାସ ଶତପଥୀ ସଂପାଦକ, ଟୁନା ପଣ୍ଡା ସହ ସମ୍ପାଦକ ଏବଂ ବଳରାମ ରେଡ୍ଡୀ କୋଷାଧ୍ୟକ୍ଷ, ଲକ୍ଷ୍ମୀ ନାରାୟଣ ରେଡ୍ଡୀ ଓ ରମେଶ ସାହୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଶେଷରେ ଏହି ଅବସରରେ ପଣ୍ଡିତ ପ୍ରଫୁଲ ଚନ୍ଦ୍ର ମହାପାତ୍ର ପୂଜକ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା