ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ମହିଳା…

ବେଗୁନିଆପଡା (ସମୃଦ୍ଧ ଓଡିଶା) ସଙ୍ଗରୋଧ କେନ୍ଦ୍ରରେ ପ୍ରସବ କଲେ ପ୍ରବାସୀ ସୁରତ ଫେରନ୍ତା ମହିଳା । ସୁରତରୁ ଓଡିଶା ଫେରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ହରିହର ଉଚ୍ଚ ବିଦ୍ୟାଳୟରେ ଗତ ୬ ତାରିଖରୁ ସଂଗରୋଧ କେନ୍ଦ୍ରରେ ରହୁଥିଲେ ଗୁଡ଼ିଆଳି ଗ୍ରାମର ସନ୍ତୋଷିନୀ ପ୍ରଧାନ(୨୮) ସ୍ଵାମୀ ଡ୍ରାଇଭର଼ ପ୍ରଧାନ । ଏହି ମହିଳା ଜଣକ ଆଜି ଏକ ପୁତ୍ର ସନ୍ତାନକୁ ୩.୫୯ ମିନିଟ୍ ସମୟରେ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଡାକ୍ତର ସଞ୍ଜୟ କୁମାର ସାହୁ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ । ଡ଼ାକ୍ତରଙ୍କ କହିବା ମୁତାବକ ଉଭୟ ମା ଏବଂ ପୁଅ ସୁସ୍ଥ ଅଛନ୍ତି । ଏଥିରେ ସୁରେନ୍ଦ୍ର ପ୍ରଧାନ, ଜୟନ୍ତୀ ମାଳା, ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ, ନୋଡ଼ାଲ ଅଫିସର ଦିଲ୍ଲୀପ କୁମାର ବେହେରା, ଇନ୍ ଚାର୍ଜ ପ୍ରକାଶ ଚନ୍ଦ୍ର ସେଠୀ, ଅନିତା କୁମାରୀ ପ୍ରଧାନ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ପରେ ବେଗୁନିଆପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ଲକଡାଉନ ପାଇଁ ଏବେ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି । ସୁରତରୁ ହଜାର ହଜାର ପ୍ରବସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାକୁ ଆସୁଛନ୍ତି । ସେମାନଙ୍କ ରହଣି ପାଇଁ ସମସ୍ତ ପଞ୍ଚାୟତରେ କ୍ୱାରେନଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ