

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ପୌରନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ୱାର୍ଡ ନଂ୨୧, ଶିତଳା ବସ୍ତିର ୨୫ଟି ଦଳିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ପାକେଟ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥ, ଉପସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାଶ, ସହସଂପାଦକ ଗୁପ୍ତେଶ୍ୱର ମିଶ୍ର, ଦଳିତ ସଭାପତି କୈଳାଶ ନାଏକ, ସହରାଞ୍ଚଳ ସମ୍ପାଦକ ଦୟାନିଧି ବେହେରା ତଥା ଅଜୟ ଶଙ୍କର ମିଶ୍ର ଓ ବିନୋଦ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ l
ରିପୋର୍ଟ : ଶୁଭମ ପାଣି