

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ହିନ୍ଦୋଳ ଶାଖା ପକ୍ଷରୁ ବେରୁଆଁ ପାଳ ହନୁମାନ ମନ୍ଦିର ପରିସରରେ ବ୍ଲକ ସଭାପତି ମନୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁ ସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ ହୋଇଯାଇଛି l ସ୍ମୃତି ସଭାରେ ଫୋରମର ଜିଲ୍ଲା ଉପସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ ଦାସ, ବ୍ଲକ ସମ୍ପାଦକ ମନୋରଞ୍ଜନ ପାଳ, ଅବସର ପ୍ରାପ୍ତ ସେନା ଅଧିକାରୀ ଲଣ୍ଡା ରାଉତ, ସଦସ୍ୟ ଭକ୍ତ ବତ୍ସଳ ପାଣିଗ୍ରାହୀ, ମାୟାଧର ନାୟକ, ସତ୍ୟବାଦୀ ପରିଡା ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ ଓ ସ୍ମୃତି ଚାରଣ କରିଥିଲେ l ଏହି ବୈଠକରେ ହିନ୍ଦୋଳ ବ୍ଲକରେ ଥିବା ୩୫ଟି ପଞ୍ଚାୟତର ଅଙ୍ଗନୱାଡି ଯାଉଥିବା ପିଲାମାନଙ୍କୁ ଇଂରାଜୀ ଶିକ୍ଷା ନିମନ୍ତେ ଏକ କିଟ ପ୍ରଦାନ କରିବା ଦାୟୀତ୍ୱ ଉପସ୍ଥିତ ଥିବା ସଦସ୍ୟ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା l ଶାଖାର ଉପସଭାପତି ବିଜୟ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l