
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକା ସଟ୍ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ କେତେକ ମଦକୋଦାନ ଖୋଲା ରହୁଥିବାର ଅଭିଯୋଗ ହୋଇଛି । ପଞ୍ଚୁଘଣ୍ଟାଠାରେ ଥିବା ଶାନ୍ତିବାର୍ ବିଭିନ୍ନ ସମୟରେ ଖୋଲା ରହୁଥିବାର ଜଣାଯିବାପରେ ଆଜି ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । କିନ୍ତୁ ବାର୍ ମାଲିକ ସତ୍ୟରଂଜନ ପଟ୍ଟନାୟକ ଫେରାର୍ ହୋଇ ଯାଇଥିବା ବେଳେ ସେଠାରେ ଉପସ୍ଥିତ ୨ ମଦୁଆଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି । ପ୍ରକାଶଯୋଗ୍ୟ ଗତକିଛିଦିନ ତଳେ ଏଡି ଲକ୍ଡାଉନ୍ ସମୟରେ ବେଆଇନ୍ଭାବେ ବାର୍ ଖୋଲାଯାଇଥିବାରୁ ବାର୍ ମାଲିକ ଶ୍ରୀ ପଟ୍ଟନାୟକଙ୍କୁ ପୋଲିସ୍ ଗିରଫ କରିଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା