ଦୁର୍ଘଟଣାରେ ମୃତ କିଷାନ କ୍ରେଡିଟ୍ କାର୍ଡ ଧାରୀଙ୍କ ବିଧବା ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନରେ ଚାଫଲା ସେବା ସମବାୟ ସମିତିର ଜଣେ କିଷାନ କ୍ରେଡିଟ୍ କାର୍ଡ ଧାରୀ ଲକ୍ଷ୍ମୀନାରାୟଣ ଦାସ ଗତ ଜାନୁଆରୀ ମାସ ୧୩ ତାରିଖରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଷ୍ମୀନାରାୟଣ ଦାସଙ୍କ ବିଧବା ପତ୍ନୀଙ୍କୁ ୫ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଡାଇରେକ୍ଟର ମାନସ କୁମାର ଜେନା ସେବା ସମବାୟ ସମିତିର ସଭାପତି ରବିନ୍ଦ୍ର ପାତ୍ର, ସଂପାଦକ ଅମିତ୍ ପ୍ରମାଣିକ, ଶାଖା ପରିଚାଳକ ମୃତ୍ୟୁଞ୍ଜୟ ପ୍ରଧାନ ଓ ସୁପର ଭାଇଜର ଅଜୟ କୁମାର କର ଏହି ଚେକ୍ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା