ସତ୍ୟଚେତନା ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସତ୍ୟଚେତନା ଅନ୍ତର୍ଜାତୀୟ ଆଧ୍ୟାତ୍ମିକ ଆନ୍ଦୋଳନ ତଥା ତିରୁବନ୍ନମଲାଇ, ତାମିଲନାଡୁ ସ୍ଥିତ ସତ୍ୟଚେତନା ମୁଖ୍ୟ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଶ୍ରୀ ଅତ୍ମାନନ୍ଦଜୀ ମହାରାଜଙ୍କ ତରଫରୁ କରୋନା ଭାଇରସ ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥି ସହିତ ସେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କରୋନା ପ୍ରତିରୋଧ ପାଇଁ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ କରୋନା ପ୍ରପୀଡ଼ିତ ବ୍ୟକ୍ତି ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସ୍ୱାମୀ ଶ୍ରୀ ଅତ୍ମାନନ୍ଦଙ୍କ ତରଫରୁ ସତ୍ୟଚେତନା ଟ୍ରଷ୍ଟର ବିତ୍ତିୟ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ ଓ ସତ୍ୟଚେତନା ଶିକ୍ଷା ଶ୍ରମର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ସୂଦୀପ ରଞ୍ଜନ ମିଶ୍ର ଏହି ଅର୍ଥରାଶିକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଆଇଗିଣିଆ ଶ୍ରୀକ୍ଷେତ୍ର ବିହାରରେ ଥିବା ସତ୍ୟଚେତନା ଟ୍ରଷ୍ଟ ଶାଖା ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଛି ।

ରିପୋର୍ଟ : ରାଜ୍ୟ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ସଚିବ ବରଦା ପ୍ରସନ୍ନ ଦାସ