ସତ୍ୟସାଇ ବାବାଙ୍କ ୯୩ତମ ଜନ୍ମ ଦିବସ ଉପଲକ୍ଷେ ଢେଙ୍କାନାଳରେ ରକ୍ତଦାନ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ସତ୍ୟସାଇ ବାବାଙ୍କ ୯୩ତମ ଜନ୍ମ ଦିବସ ଉପଲକ୍ଷେ ଢେଙ୍କାନାଳର ସାଇ ମନ୍ଦିର କଲୋନୀରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସମିତିର ସମ୍ପାଦକ ବିମ୍ବାଧର ଶାସମହଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରି ସହଯୋଗ ଥିଲେ । ଏଥିରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସନ୍ଧ୍ୟାରେ କେକ୍ କଟିଙ୍ଗ କରି ଭଜନ ଆରତୀ ସହ ଝୁଲା ଉତ୍ସବ ପାଳନ କରିଥିଲେ । ଶେଷରେ ପ୍ରସାଦ ସେବନ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି