ସତ୍ୟସାଇ ବିଦ୍ୟାଭବନର ୩୪ତମ ବାର୍ଷିକ ଉତ୍ସବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରୀ ସତ୍ୟସାଇ ବିଦ୍ୟାଭବନର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟସାଇ ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସମ୍ମାନିତ ଅତିଥି ଭାବେ ରାଜ୍ୟ ସେବା ସଂଯୋଜକ ଏମ୍.ଭାସ୍କର ରାଓ, ଜିଲ୍ଲା ସଭାପତି ଗୋପାଳ ରାଓ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ବବି ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଶ୍ୱେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସଂଗଠନର ପରାମର୍ଶଦାତା ଇ.ପ୍ରସାଦଙ୍କ ସମତେ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିବା ସହ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା