

ଛତ୍ରପୁର (ସମୃଦ୍ଧ ଓଡିଶା) ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ସବଡ଼ିଭିଜନ ସ୍ତରୀୟ ସଡକ ନିରାପତ୍ତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଉପଜିଲ୍ଲାପାଳ ନୂତନ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ଦିଗରେ ଯାନବାହାନ ଗୁଡିକର ଫିଟନେସ, ଇନସ୍ୟୁରେନ୍ସ, ଡ୍ରାଇଭିଂ ଲାଇସେନ୍ସ, ପ୍ରଦ୍ୟୁଷଣ ଏବଂ ଯାନବାହାନ ଚଳାଚଳ ବେଳେ ହେଲମେଟ ପରିଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଟ୍ରାଫିକ ନିୟମ ପାଇଁ ଜିଲ୍ଲାରେ ଗଲା ମାସରେ ୪୯ଟି ଦୁର୍ଘଟଣା ଘଟି ୨୦ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଅନ୍ୟାମାସ ଗୁଡିକରେ ଦୁର୍ଘଟଣା ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଏଣୁ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଗଲେ ନିଶ୍ଚିତ ଭାବେ ଜିଲ୍ଲାରେ ଦୁର୍ଘଟଣା ଓ ମୁତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଗଞ୍ଜାମ ପରିବହନ ବିଭାଗର ଏମ୍ଭିଆଇ ସମୀର କୁମାର ଦଳାଇ ସୂଚନା ଦେଇଛନ୍ତି । ସେହିପରି ସଡକ ନିରାପତ୍ତା ଏବଂ ଟ୍ରାଫିକ ନିୟମର ଅନ୍ୟାନ୍ୟ ବିଷୟ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । କମିଟିର ସଦସ୍ୟମାନେ ଟ୍ରାଫିକ ନିୟନ୍ତ୍ରଣ ଏବଂ ଛତ୍ରପୁର ସହରକୁ ଜନଗହଳି ସମୟରେ ଭାରୀଯାନ ପ୍ରବେଶ ନ କରିବା ଦିଗରେ ପଦକ୍ଷେପ ନିଆଯିବ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର, ପୁରୁଷୋତ୍ତମପୁର ଏବିଇଓ ପ୍ରଦୀପ କୁମାର ଆଚାରୀ, ବେଗୁନିଆପଡା ଏବିଇଓ ସୁଷମା ସାହୁ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଜି.ରାଜ ଗୋପାଲ, ଗଞ୍ଜାମ ଅବକାରୀ ଉପାଧୀକ୍ଷକ ଅଭିରାମ ବେହେରା, ଆଇନଜୀବୀ ବି.ଶ୍ରୀନିବାସ, ୟୁଥମାସ ସେବା ସଂଘର ସୟଦ ମୁକ୍ତାର, ଟ୍ରେକର ୟୁନିୟନ ସଂଘର ଏନ.କାମରାଜୁ ରେଡ୍ଡୀ, ଟକ ୟୁନିୟନର ସମ୍ପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
