ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦର ଗଣଧାରଣା ଆସନ୍ତା୧ରୁ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦ ପକ୍ଷରୁ ଆଗାମୀ ଫେବୃୟାରୀ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଗଣଧାରଣା ଦିଆଯିବ ବୋଲି ରାଜ୍ୟ ସବୁଜ ପତ୍ରିକାଧାରୀ ଉନ୍ନୟନ ପରିଷଦର ସଂଗଠନ ସମ୍ପାଦକ ଶ୍ରୀ ଅରୁଣ କୁମାର ସ୍ୱାଇଁ ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ଦେବରାଜ ନାଏକ କହିଲେ ଯେ, ଭାରତୀୟ ସମ୍ବିଧାନର ଧାରା ୧୪ ଓ ୨୧ ମୁତାବକ ଅଣ ସରକାରୀ ସବୁଜ ପତ୍ରିକାଧାରୀମାନଙ୍କୁ ମାସିକ ୭୫୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଭତା ପ୍ରଦାନ କରିବା, ସହରାଂଚଳ ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରଙ୍କୁ ୪୦ ଡ଼ିସିମିିଲି ଓ ଗ୍ରାମାଂଚଳରେ ଘରଡ଼ିହହୀନ ସବୁଜ ପତ୍ରିକାଧାରୀ ପରିବାରଙ୍କୁ ୮୦ ଡ଼ିସିମିଲି ଘରଡ଼ିହ ପଟ୍ଟା ପ୍ରଦାନ ଓ ସବୁଜ ପତ୍ରିକାରେ ବିଜ୍ଞାପିତ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ ନ କରିବା ପର୍ଯ୍ୟନ୍ତ ଏ ଗଣଧାରଣା ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର