ସବୁଦିନିଆ କାମ ଯୋଗାଇବା ଦାବିନେଇ ଗୋପାଳପୁର ବନ୍ଦର ଶ୍ରମିକଙ୍କ ଧାରଣା…

ଛତ୍ରପୁର (ନିମାଇଁ ଚରଣ ପଣ୍ଡା ) ପୂର୍ବ ନିଷ୍ପତ୍ତିକ୍ରମେ ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ୱାନ କ୍ରମେ ସମସ୍ତ ଶ୍ରମିକ ମାନଙ୍କୁ କାମ ଯୋଗାଇବା ଓ ଅନ୍ୟାନ୍ୟ ଦାବିନେଇ ବନ୍ଦର ସମ୍ମୁଖରେ ଆଜିଠାରୁ ଶ୍ରମିକ ମାନେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି । 

ଗୋପାଳପୁର ବନ୍ଦର ଶ୍ରମିକ ସଂଗଠନ ମହାସଂଘର ଆହ୍ଵାନକ୍ରମେ ସମସ୍ତ ଶ୍ରମିକ ମାନଙ୍କୁ ସବୁଦିନିଆ କାମ ଯୋଗାଇଦେବା ଓ ଅନ୍ୟାନ୍ୟ ଦାବିନେଇ ଅନିର୍ଦ୍ଧିଷ୍ଟ ଧାରଣା ଦିଆଯାଇଛି । ଏକ ପ୍ରେସ ବିବୃତିରେ ଗୋପାଳପୁର ବନ୍ଦର ସଂଘର ସଭାପତି ଜଣାଇଥିଲେ ଯେ ଆଜି ୨୬ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ଆଗରେ ବିଭିନ୍ନ ଦାବିନେଇ ଧାରଣା ଦେବେ ବୋଲି ନିଷ୍ପତି ହେଇଥିଲା  । ଏଥିରେ ସମସ୍ତ ଶ୍ରମିକ ଅଂଶଗ୍ରହଣ କରିବାକୁ କୁହାଯାଇଥିଲା  । ସେମାନଙ୍କର ଚାକିରିର ସ୍ଥାୟୀତ୍ୱ, ସବୁଦିନିଆ କାମ ଓ ନିୟମ ପ୍ରକାରେ ଶ୍ରମିକ ମାନଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ସମସ୍ତ ସୁବିଧା ବନ୍ଦର କତୃପକ୍ଷ ଲାଗୁକରିବାକୁ ଦାବିକରି ବନ୍ଦର ପ୍ରଥମ ଗେଟ ମୁହଁରେ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ସେହି ନିଷ୍ପତି କ୍ରମେ ଆଜିଠାରୁ ସେମାନେ ଧାରଣାରେ ବସିଛନ୍ତି ।