

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା) ନିକଟସ୍ଥ ସମର୍ ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ୍ ପବ୍ଲିକ୍ ସ୍କୁଲ୍ ରେ ପିଲାମାନଙ୍କ ଦ୍ଵାରା ଆୟୋଜନ ହୋଇଥିଲା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷକ ମାନେ ସଚେତନ କରାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ରକ୍ଷାବନ୍ଧନର ଉଦେଶ୍ୟ କଣ ପିଲାମାନଙ୍କୁ ବହୁତ ସୁନ୍ଦର ଭାବେ ବୁଝାଇଥିଲେ l ସେହିପରି ପିଲାମାନେ ମଧ୍ୟ୍ ଏହିପରି କାର୍ଯ୍ୟକ୍ରମକୁ ବହୁତ ଆଗ୍ରହ ଓ ଆନନ୍ଦର ସହ ପାଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଛାତ୍ର ମାନଙ୍କୁ ରାକ୍ଷୀ ବାନ୍ଧି ସ୍ବାଗତ ଜଣାଇବା ସହ ଖୁସି ମନାଇଥିଲେ ଶିକ୍ଷକମାନେ ଏବଂ ସମସ୍ତ ଅଭିଭାବକମାନେ I ଏପରି କାର୍ଯ୍ୟକ୍ରମକୁ ସ୍ବାଗତ ଜଣାଇବା ସହ ବହୁ ବୁଦ୍ଧିଜୀବି ପ୍ରସଂଶା କରିଥିଲେ l ଅକ୍ସଫୋଡ ସ୍କୁଲ୍ ର ନିର୍ଦ୍ଦେଶକ ଗୀରିଧର ପାଢ଼ୀ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ l
ରିପୋର୍ଟ : ରଜତ କୁମାର ପଟ୍ଟନାୟକ