




ଛତ୍ରପୁର(ସମୃଦ୍ଧ ଓଡିଶା) ଅଗ୍ରଣୀ ସ୍ୱେସ୍ଥାସେବୀ ଭିନ୍ନକ୍ଷମ ଅନୁଷ୍ଠାନ ‘ସମର୍ଥ’ କାର୍ଯ୍ୟାଳୟରେ ଗଞ୍ଜାମ ପୋଲିସ ଏସପି ବ୍ରିଜେଶ କୁମାର ରଏ ଦୀପାବଳୀ ପାଳନ ଅବସରରେ ପହଞ୍ଚି ଭିନ୍ନକ୍ଷମ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଦୀପାବଳି ପାଳନ କଲେ । ପିଲାମାନଂକୁ ମିଷ୍ଟାନ ନିଜ ହାତରେ ବାଣ୍ଟି ଥିଲେ । ପିଲାମାନଙ୍କ ସୁବିଧା ଓ ଅସୁବିଧାଁ ସମ୍ପର୍କରେ ପଚାରି ବୁଝିଥିଲେ । ପୋଲିସ ଏସପିଙ୍କୁ ନିକଟରେ ପାଇ ପିଲାମାନେ ଖୁସି ଅନୁଭବ କରିଥିଲେ । ପୋଲିସ ଏସପିଙ୍କ ଗସ୍ତ ଯୋଗୁଁ ଭିନ୍ନକ୍ଷମ ପିଲାମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ କେ. ଆନଂଦ ରାଓ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ, ଆରଆଇ ଗଙ୍ଗାଧର ଧାଙ୍ଗର, ସବଳ ସୋରେନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା