ସମାଜ ସେବୀ ସରିତା ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀ : ସମାଜରେ ଏକ ବୈପ୍ଲବିକ ପରିବର୍ତ୍ତନ ପାଇଁ ଆହ୍ୱାନ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବ୍ରହ୍ମପୁର ଅନେକ ବର୍ଷ ହେଲା ମୁଁ ମୋର ଫ୍ୟାମିଲି ଟ୍ରଷ୍ଟ ମାଧ୍ୟମରେ ଓ ଅନେକ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ବ୍ରହ୍ମପୁରବାସୀଙ୍କ ସେବା କରିଆସୁଅଛି, ଯାହାକି ସର୍ବାଦୃତ ଓ ସର୍ବତ୍ର ପ୍ରସାରିତ l ମୁଁ ସମାଜ ରେ ଶିକ୍ଷା,ସ୍ୱାସ୍ଥ୍ୟ , ସଂସ୍କୃତି, ପରମ୍ପରା, ସୁସମ୍ପର୍କର ପ୍ରତିଷ୍ଠା, ସଂସ୍କାର, ଯୁବପିଢିଙ୍କୁ ଦିଗଦର୍ଶନ, ନାରୀ ସ୍ୱାବଲମ୍ବୀ. ପ୍ରାକୃତିକ ଉପାୟରେ କେଶରାଶି ଓ ମୁଖମଣ୍ଡଳ ର ସ୍ଵନ୍ଦର୍ଯ୍ୟ,ଜୀବନ ର ଅବବୋଧ ଓ ଦିଗଦର୍ଶନ , ଜୀବନଦର୍ଶନ ଓ ଆଧ୍ୟାତ୍ମିକତା କୁ ନେଇ ସ୍କୁଲ, କଲେଜ, ଵୃଦ୍ଧାଶ୍ରମ ଓ ବିଭିନ୍ନ ୱାର୍ଡ ଆଦିରେ ଅନେକ କାର୍ଯ୍ୟକ୍ରମ କରୁଛି ଏବଂ ଏଥି ସମ୍ବଧୀୟ ଅନେକ ପୁସ୍ତକ,ଔଷଧ, ଲୁଗାପଟା ଆଦି ଦରିଦ୍ର ଓ ନିଷ୍ପେସିତ ଙ୍କୁ ବଣ୍ଟନ କରୁଛି l ମୁଁ ମାଟି ପାତ୍ରର ର ପ୍ରଚାର ପ୍ରସାର ଓ ମାଟି ଗିଫ୍ଟ ଆଇଟମ କୁ ନିଜେ ରଙ୍ଗ ରୁପ ଦେଇ ଅନେକ ଲୋକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରି କୁମ୍ଭାର ମାନଙ୍କ ଥଇଥାନ ପାଇଁ ପ୍ରଚେଷ୍ଟା କରୁଛି l ଏବଂ ମୋର କଂସେପ୍ଟ ଟୁଆଲ ଗିଫ୍ଟ ପ୍ୟାକ ମାଧ୍ୟମରେ ସମାଜ ରେ ଏକ ବୈପ୍ଲବିକ ପରିବର୍ତନ ପାଇଁ ଚେଷ୍ଟା କରୁଛି l ବ୍ରହ୍ମପୁର ସହର ରେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରୁଛି ଏବଂ ଅନେକ ସାମାଜିକ ଅନୁଷ୍ଠାନ ମାନଙ୍କ ସହିତ ମିଶି ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ ପାଇଁ ଲଢୁଛି l ବ୍ରହ୍ମପୁରବାସୀ ଖୁସି ହେଉଛନ୍ତି l ମୁଁ ଏସବୁ ଅନେକ ବର୍ଷ ହେଲା ଜାରିରଖିଛି କେବଳ ମୋ ପରିବାର ର ସହାୟତା ରେ,ତେଣୁ ଆଗକୁ ମତେ ସରକାରୀ ପ୍ରୋତ୍ସାହନ ମିଳିଲେ ମୁଁ ଏସବୁ ଅଧିକ କରିପାରିବି ଏବଂ ଅନେକ ମହିଳା ଙ୍କୁ ସ୍ୱାବଲମ୍ବୀ ଓ ଯୁବପିଢ଼ି ଙ୍କୁ ସଶକ୍ତ କରିପାରିବି l ମୁଁ ସଂକଳ୍ପବଦ୍ଧ,ମୋର ଭରସା ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ l ମୋର ଆଦର୍ଶ l ତେଣୁ ମୁଁ ଆଶାରଖିବି ସରକାରଙ୍କ ସହାୟତାରେ ମୁଁ ନିଶ୍ଚିତ ଆଗକୁ ବଢ଼ି ମୋର ସ୍ବପ୍ନ କୁ ସାର୍ଥକ କରିପାରିବି ବୋଲି ସମାଜ ସେବୀ ସରିତା ପଣ୍ଡା କହିଛନ୍ତି l

ରିପୋର୍ଟ୍ : ରଜତ ପଟ୍ଟନାୟକ