ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଳ୍ପ ବୟସ ହୋଇଥିଲେ ମଧ୍ୟ ସମାଜସେବାରେ ସେ ନିଜକୁ ନିୟୋଜିତ କରିବା ସହିତ ପରୋପକାର ଓ ସେବା କ୍ଷେତ୍ରରେ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟ କରିଥିବା ସ୍ୱର୍ଗତ ମାନସ କୁମାର ପାଠୀଙ୍କୁ ଆଜି ହୋଟେଲ ଜଳେଶ୍ୱର ଇନ୍ ପରିସରରେ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ସ୍ମୃତିସଭାରେ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବିଜେପିର ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ ଭିଡିଓ କଲିଂରେ ଶ୍ରଦ୍ଧାଞ୍ଜଳି ଓ ବିଗତ ଦିନର ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମୀର ପାତ୍ର, ଶାନ୍ତନୁ ପଟ୍ଟନାୟକ, ପ୍ରବୀର ପ୍ରଧାନ, ସୁରଜିତ୍ ଘୋଷ, ବାଣିଦାସ ମହାପାତ୍ର, ରିଆଜ୍ ଖାଁ, ସୁବ୍ରତ ଘୋଷ, ତପନ ବିଶ୍ୱାଳ, ମନୋଜ ସାସମଲ, ପ୍ରଣବ ପଣ୍ଡା, ସୁଖପଦ ସାମଲ, ଅଂଜନ ଦାସ, ସତ୍ୟଜିତ୍ ମିଶ୍ର, ମାନସ ଦତ୍ତ, ବିକାଶ ପାଢୀ, ହରିଶଂକର ଗିରି, ଶିବ ଶଂକର ଜେନା, ନବୀନ ସାମଲ, ରାମକୃଷ୍ଣ ସାହୁ, ସଂଜୟ ମହାନ୍ତି, ସୁମତି ଦେ, ମନୋରଂଜନ ଦାସ, ଅଜୟ ଚକ୍ରବର୍ତ୍ତୀ, ସୁଶାନ୍ତ ପ୍ରଧାନ, ମନୋଜ ଭୂୟାଁ, ରବିନାରାୟଣ ପାତ୍ର ପ୍ରମୁଖ ସ୍ମୃତିଚାରଣ କରି ସ୍ୱର୍ଗତ ପାଠୀଙ୍କର ଗୁଣାବଣି ବଖାଣିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା