
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋର ୪ଟାରେ ୬୨ବର୍ଷ ବୟସରେ ଜଳେଶ୍ୱରର ଅନ୍ୟଜଣେ ସମାଜସେବୀ ଅଜୟ ପରିଡାଙ୍କ ପରଲୋକ ହୋଇଛି । ସେ ଜଣେ ଛାତ୍ରନେତା, ସମାଜସେବି, ସଂଗଠକ, ଅନୁଷ୍ଠାନ ପ୍ରେମୀ, ପରୋକପାରୀ ଭାବେ ପରିଚିତ ଥିଲେ । ୧୯୭୭-୭୮ ମସିହା ଉତ୍ତର ବାଲେଶ୍ୱରର ଛାତ୍ର ଆନ୍ଦୋଳନରେ ଜେଲ ଯିବା, ଦୀନକୃଷ୍ଣ କଲେଜ୍ ୟୁନିୟନର ପୂର୍ବତନ ସହ ସଂପାଦକ, ଶିକ୍ଷା ବିଭାଗର ଜଣେ ବରିଷ୍ଠା କିରାଣୀ ଭାବେ ଜଳେଶ୍ୱରରେ ବେଶ୍ ପରିଚିତ ଥିଲେ । ପ୍ରତ୍ୟେକ୍ଷ ରାଜନିତୀକୁ ଆସିନଥିଲେ ମଧ୍ୟ ତତ୍କାଳୀନ କଂଗ୍ରେସ ଦଳର ଛାମୁଆ ନେତାମାନଙ୍କ ସହ ସଂପର୍କ ଥିବାରୁ ତାଙ୍କ ସ୍ତ୍ରୀ ସୀପ୍ରା ପରିଡା ଜଳେଶ୍ୱର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷଭାବେ ରହିଥିଲେ । ୨୦୦୯ରେ ହୃଦ୍ଥରୋଗରେ ପିଡିତ ହେବା, ଗତ ୨ ବର୍ଷ ପୂର୍ବେ ରେ ପଡିଯିବା ଓ ଗତକିଛିଦିନ ପୂର୍ବେ କର୍କଟ ରୋଗର ଶୀକାର ହୋଇଥିଲେ ମଧ୍ୟ ଜଳେଶ୍ୱରର ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିଲେ । ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଓ ଡିକେକଲେଜ୍ରେ ବରିଷ୍ଠ କିରାଣୀଭାବେ କାର୍ଯ୍ୟ କରିଥିଲେ । ଆଜି ତାଙ୍କ ପରେଲୋକରେ ତାଙ୍କ ଅନ୍ତରଂଗ ବଂଧୁ ଜୟନାରାୟଣ ମହାନ୍ତି, ଓକିଲ ସଂଘର ପୂର୍ବତନ ସଭାପତି ତଥା ଆର୍ଟଅଫ ଗିଭିଙ୍ଗର ମୁଖ୍ୟ ଅନୀଲ ପରିଡା, ଆଇନ୍ଜିମୀ ସତ୍ୟସୁନ୍ଦର ଦାସ, ଫରିଦ ଅହମଦ୍ଦ, ପୂର୍ବତନ ଜିଲାପରିଷଦ ସଭ୍ୟ ଧ୍ରୁବଚରଣ ପାଳ, ଭୋଳାନାଥ ଗିରି, ରାଜନାରାୟଣ ସାହୁ, ଜଗଦୀଶ ନନ୍ଦି, ଗୋବିନ୍ଦ ସାହୁ, ସେକ୍ ଅବଦୁଲ ରହିମ, ପ୍ରଧ୍ୟାପକ ଲଳିତ ସେନାପତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ ଓ ତପନ ଦାସ, ଆଦିତ୍ୟ ନାରାୟଣ ପାତ୍ର, ତାଙ୍କ ବଂଧୁ ଦିଲ୍ଲିପ କୁମାର ଗିରି, ରାଜନ୍ ସାହୁ, ପୂର୍ବତନ ଅଧ୍ୟକ୍ଷ ଚିତ୍ତରଂଜନ ସାହୁ, ଶ୍ରୀକୃଷ୍ଣ ଗୁପ୍ତା ପ୍ରମୁଖ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତନା ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା