ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମହିଳା ମହାବିଦ୍ୟାଳର ପୂର୍ବତନ ପ୍ରତିଷ୍ଠାତା ସଂପାଦକ ତଥା ଜଳେଶ୍ୱର ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଚନ୍ଦଙ୍କର ଆଜି ବାଙ୍ଗାଲୋରଠାରେ ୪.୪୭ ମି. ସମୟରେ ଦେହାନ୍ତ ହୋଇଯାଇଛି । ସେ ୧୯୯୨ ମସିହାରେ ଜଳେଶ୍ୱର ମ୍ୟୁନିସିପାଲଟିରେ ଚେୟାମ୍ୟାନ ଭାବେ ନିର୍ବାଚିତ ହୋଇ ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ମହିଳାମାନଙ୍କ ଉଚ୍ଚଶିକ୍ଷା ପାଇଁ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ସ୍ଥାପନ କରିବା ସହିତ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ କରାଇଥିଲେ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି ମଧ୍ୟ ଥିଲେ । ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ରୂପାର ଦୁର୍ଗାମୂର୍ତ୍ତୀ ସ୍ଥାପନ କରି ପ୍ରତ୍ୟେହ ପୂଜାର୍ଚ୍ଚନା କରିବାର ସମସ୍ତ ବ୍ୟବସ୍ଥା କରିଥିଲେ । ଜଳେଶ୍ୱରରେ ୧୯୭୮ ମସିହାରେ ଅବସ୍ଥାପିତ ଜିକେ ଭଟ୍ଟର ହସ୍ପିଟାଲର କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ଥିଲେ । ସେ ଜଳେଶ୍ୱରରେ ଇଂରାଜୀ ଶିକ୍ଷାର ପ୍ରସାର ପାଇଁ ଇଂଲିସ୍ ମିଡିୟମ ସ୍କୁଲ ସେଣ୍ଟ ଜେମ୍ସ୍ କନଭେଣ୍ଟ ସ୍କୁଲର ସ୍ଥାନୀୟ ପ୍ରତିଷ୍ଠା ସଂପାଦକ ମଧ୍ୟ ଥିଲେ । ସେ ଜଳେଶ୍ୱରର ସିମୁଳିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜଳେଶ୍ୱର ଷ୍ଟେସନ ବଜାରରେ ନିଜ ବାସଭବନରେ ରହିଆସୁଥିଲେ । ତାଙ୍କର ୨ ପୁଅ ଓ ୨ଝିଅ ଥିଲେ ମଧ୍ୟ ବାଙ୍ଗାଲୋରରେ ରହୁଥିବା ପୁତ୍ର ସୁଭେନ୍ଦୁ ଚନ୍ଦଙ୍କ ନିକଟରେ ଚିକିତ୍ସାଧିନ ଥିଲେ । ମାତ୍ର ବାର୍ଦ୍ଧକ୍ୟ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଆଜି ୮୯ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ଜଳେଶ୍ୱରର ବିଧାୟକ ଅଶ୍ୱିନୀ ପାତ୍ର, ମାନସ ଜେନା, ଅଶ୍ୱିନୀ ନାଥ, ଗୁରୁପ୍ରସାଦ ଚୌରାସିଆ, ମାଧୁରୀ ନାଥ, ପ୍ରତୀପ ପ୍ରଧାନ, ପାର୍ଥସାରଥୀ କର, ପୂର୍ବତନ ନଗରପାଳ ସୁନୀଲ ପରିଡା, ପ୍ରବୀର ପ୍ରଧାନ, ବସନ୍ତ ସେନାପତି, ସିପ୍ରା ପରିଡା, କେଣବ କର, ବିଜୟ କାମିଳା, ସୁଧିର ମହାନ୍ତି, ବାଣିଦାସ ମହାପାତ୍ର, ବ୍ରଜମୋହନ ପ୍ରଧାନ, ଚିନ୍ମୟ ଦାସ, ବିଷ୍ଣୁପଦ ମହାନ୍ତି, ରାଧାଶ୍ୟାମ ସାହୁ, ଗଣେଶ ଚନ୍ଦ୍ର ମାଇତି, ଗୋବିନ୍ଦ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରତିଷ୍ଠିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ଓ ସେଣ୍ଟ ଜେମ୍ସ୍ କନଭେଣ୍ଟ ସ୍କୁଲ ଆସନ୍ତା ସୋମବାର ଶୋକସଭା ପାଳନ କରାଯିବା ସହିତ ଛୁଟି ଘୋଷଣା କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା