ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆର୍ଥିକ ଅନଟନ ଯୋଗୁଁ ଅନେକ ଗରିବ ବ୍ରାହ୍ମଣ ପରିବାରର ବାଳକମାନେ ବ୍ରତ ନ ହୋଇ ରହିଯାନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବ୍ରହ୍ମପୁର ସହରର କିଛି ବଦାନ୍ୟ ବ୍ୟକ୍ତି ଗତ କିଛି ବର୍ଷ ହେଲା ଆର୍ଥିକ ସମ୍ବଳ ନଥିବା ବ୍ରାହ୍ମଣ ପରିବାରର ପିଲାମାନଙ୍କର ମାଗଣାରେ ସାମୁହିକ ବ୍ରତୋପନୟନ କରି ଆସୁଛନ୍ତି । ଏହି କ୍ରମରେ ବ୍ରହ୍ମପୁର ଗୋସାଣୀନୂଆଗାଁ ସ୍ଥିତ ଉତ୍ତରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୧୧୧ ଜଣ ବ୍ରାହ୍ମଣଙ୍କର ବ୍ରତୋପନୋୟନ କରାଯାଇଛି । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ବହୁ ଗରିବ ବ୍ରାହ୍ମଣ ବ୍ରତ ହେବାର ସୁଯୋଗ ପାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା