ଛତ୍ରପୁର (ସମୃଦ୍ଧ ଓଡିଶା) ସମୃଦ୍ଧ ଓଡିଶା ନ୍ୟୁଜରେ ବ୍ରିଟିଶ ଅମଳ ପିଲିବନ୍ଧର ଖବର ପ୍ରସାରିତ ହେବା ପରେ ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ରିଟିଶ ଅମଳ ପିଲିବନ୍ଧ ଉପରେ ପଡିଥିବା ଦେଖିବାକୁ ମିଳିଛି । ଯାହାଫଳରେ ଆଜି ସକାଳ ୬ ସମୟରେ ଓଡ୍ରାଫ ଟିମ ଗଛଲତା ଓ ଗଛ କାଟି ସଫେଇ କରିବା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଓଡ୍ରାଫ ଟିମର ମୁଖ୍ୟ ଉଦୟ କୁମାର ରଥଙ୍କ ନେତୃତ୍ୱରେ ପାଖାପାଖି ୬୦ଜଣ ନିୟୋଜିତ ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ସୂଚନା ଅନୁଯାୟୀ, କିଛି ଦିନ ତଳେ ଛତ୍ରପୁର ସହରର ବିଟ୍ରିଶ ଅମଳର ପୋଖରୀ ପିଲିବନ୍ଧ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଥିଲା ଏବଂ ଜଳ ଦୂଷିତ ହେଉଥିବାରୁ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଜଳ ଦୂଷିତ ହେବାରେ ଲାଗିଛି ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ୧୬ ନଂ କେନାଲ ପାଣି ଆସି ପିଲିବନ୍ଧରେ ସଞ୍ଚିତ ହେଉଥିଲା । ପରିସ୍କାର ପାଣି ଯୋଗୁଁ ବହୁଳ ଭାବରେ ଅଞ୍ଚଳବାସିନ୍ଦା ବ୍ୟବହାର କରୁଥିଲେ । ପାନୀୟ ଜଳ ଠାରୁ ଆରମ୍ଭ କରି ଜଳସେଚନ ମଧ୍ୟ କରାଯାଉଥିଲା । ଏହି କେନାଲ ଜାଗା ଅବରୋଧ ହୋଇଯିବା ଫଳରେ ପୂର୍ବ ଭଳି ପାଣି ଆସୁନଥିବା ମଧ୍ୟ ଅଭିଯୋଗ ହୋଇଥିଲା । କିନ୍ତୁ ଝରଥିବା ଯୋଗୁଁ ବନ୍ଧରେ ପାଣି ରହୁଥିଲା । ହେଲେ ଏହି ପୋଖରୀକୁ ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉନଥିବା ହେତୁ ଜଳ ଦୂଷିତ ହେବାରେ ଲାଗିଛି ବୋଲି ଅଭିଯୋଗ ହୋଇଥିଲା । ଏହାସହ ଏହି ପୋଖରୀର ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁବାର ପଙ୍କ ଉଦ୍ଧାର, ପଥର ବନ୍ଧେଇ କରାଯାଇଥିବା କୁହାଯାଇଥିଲା । କିନ୍ତୁ ବନ୍ଧର ପାରିପାର୍ଶ୍ବିକ ଅବସ୍ଥାରେ ପରିବର୍ତ୍ତନ ଘଟୁନଥିବା ଲୋକମାନେ ଅଭିଯୋଗ କରିଥିଲେ । ଏନଏସି ପକ୍ଷରୁ ପୋଖରୀ ପାର୍ଶ୍ୱରେ ଚଲାପଥ ପାଇଁ ଶିଶୁପାର୍କ ନିର୍ମାଣ କରାଯାଇ ବିପୁଳ ଅପବ୍ୟୟ କରାଯାଇଛି ବୋଲି କୁହାଯାଇଥିଲା । ଏହା ନିମ୍ନ ମାନର କାମ ଯୋଗୁ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡିରହିଛି ବୋଲି ଜଣାପଡିଥିଲା । ଏପରିକି ଗତମାସରେ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ଏହି ପିଲିବନ୍ଧ ବୁଲି ଦେଖିବା ସହ ଉକ୍ତ କାର୍ଯ୍ୟ ଦେଖି ବିରକ୍ତ ପ୍ରକାଶ କରିଥିଲେ । ପିଲିବନ୍ଧକୁ ବହୁବାର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ସଠିକ ରୂପେ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକମାନେ ଅଭିଯୋଗ କରିଥିଲେ । ଏହି ନ୍ୟୁଜ ସମୃଦ୍ଧ ଓଡିଶା ତରଫରୁ ଖବର ପ୍ରସାରଣ ହେବା ପରେ ଏହା ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହାର ସଫେଇ କାମ ଓଡ୍ରାଫ ଟିମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା