

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଜିଲ୍ଲା ସଂକୃତି ଭବନଠାରେ ସମ୍ବାଦ ଆମ ଓଡ଼ିଶା, ଛତ୍ରପୁର ସାହିତ୍ୟ ସଂସଦ, ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସ୍ୱାଭିମାନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସଂକୃତି ପରିଷଦର ସଭ୍ୟ ତଥା ଜିଲ୍ଲା ଗ୍ରନ୍ଥାଗାରିକ ଅମୀୟ ଧଳ ଓ ଛତ୍ରପୁର ସମ୍ବାଦ ସାମ୍ବାଦିକ ବସନ୍ତ କୁମାର ମହାରଣାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଅନ୍ୟତମ ଅତିଥି ଭାବେ ଖଣ୍ଡିଦେଉଳି ଶହୀଦ ଭଗତସିଂ ଡ୍ରିଗି କଲେଜ ଅଧ୍ୟକ୍ଷ ଡ଼. ଦୁର୍ଯ୍ୟୋଧନ ସେଠୀ, ଛତ୍ରପୁର ପଣ୍ଡିତ ନୀଳକଣ୍ଠ କଲେଜର ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପ୍ରସାଦ ଦାସ, ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଡ଼. ଅଜୟ କୁମାର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପାଢୀ ଯୋଗ ଦେଇଥିଲେ । ଏହାସହ ଛତ୍ରପୁର ସମ୍ବାଦ ସାହିତ୍ୟ ଘର ସମ୍ବାଦକ ଅଜିତ ସେଠୀ, ଦିଲୀପ କୁମାର ପଲାଇ, ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା, ଯୁବନେତା ପ୍ରଶାନ୍ତ କୁମାର ପଟ୍ଟନାୟକ, ଯୁବ ସାମ୍ବାଦିକ ସୌମ୍ୟ ରଞ୍ଜନ ନାୟକ, ଛତ୍ରପୁର ସ୍ୱାଭିମାନ ସ୍ଵେଚ୍ଛାସେବୀ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାରଣା, ଶିକ୍ଷକ ନେତା ରବି ନାରାୟଣ ବେହେରା, କବି ରବୀନ୍ଦ୍ର ନାଥ ପଣ୍ଡା, ଚିତ୍ତରଞ୍ଜନ ବେହେରା, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟକ କବି, ସାହିତ୍ୟକ, ଓକିଲ, ବୃଦ୍ଧିଜୀବୀ, ଶିକ୍ଷକ ଏବଂ ଜନଧାରଣମାନେ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଗୁଣଗାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



