

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁରରୁ ପାରଳାଖେମୁଣ୍ଡିକୁ ପ୍ରତିଦିନ ବିଭିନ୍ନ ସମ୍ବାଦ ପତ୍ର ଧରି ଆସୁଥବା ଦୁଇଟି କାରରେ ପାସେଞ୍ଜର ଧରି ଆସୁଥିବା ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉ ଥିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ ହୋଇ ଆସୁଥିଲା l ଆଜି ସକାଳେ ପାରଳାଖେମୁଣ୍ଡି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କଲେଜ ଛକରେ ଏହି ଦୁଇଟି କାର ପହଞ୍ଚିଥିଲା l ଗୋଟିଏ ଗୋଟିଏ କାରରେ ବ୍ରହ୍ମପୁରରୁ ଆସିଥିବା ୫ଜଣ ଲେଖାଏଁ ପାସେଞ୍ଜର୍ ମୋଟ ୧୦ଜଣ ଦୁଇଟି କାରରୁ ଓହ୍ଲାଉ ଥିବା ପୋଲିସ ଦେଖି ସଂପୃକ୍ତ କାରର ଦୁଇ ଡ୍ରାଇଭରଙ୍କୁ କୋଭିଡ-୧୯ ନିୟମ ଭାଙ୍ଗି ବେଆଇନ ଭାବେ ଗାଡ଼ିରେ ପାସେଞ୍ଜେର କାହିଁକି ନେଇ ଆସୁଛ ବୋଲି ପୋଲିସ ପଚାରିବାରୁ ଜଣେ ଡ୍ରାଇଭର ପୋଲିସ ସହ ଯୁକ୍ତି ତର୍କ କରିଥିଲେ l ପରେ ଘଟଣା ସ୍ଥଳରେ ଡେପୁଟି କଲେକ୍ଟର ଯୁବୁଲି ବେହେରା ପହଞ୍ଚି ସମାଧାନ କରିବା ସହ ଦୁଇ ଜଣ ଡ୍ରାଇଭର ଦିଲୀପ କୁମାର ସ୍ୱାଇଁ ଓ ଶଶିକାନ୍ତ ପଟନାୟକଙ୍କ ଠାରୁ ଗୋଟିଏ ଲିଖିତ ଭାବେ ଅଣ୍ଡରଟେକିଂ ନେଇଥିଲେ l ଉକ୍ତ ଅଣ୍ଡର ଟେକିଂରେ ଉଲେଖ ଅଛି ଯେ, ଆଉ ଗାଡ଼ିରେ କେବେ ହେଲେ ପାସେଞ୍ଜେର ଅଣିବୁ ନାହିଁ l ଯଦି ଆଉଥରେ ପାସେଞ୍ଜେର ଆଣିବା ବେଳେ ଧରା ପଡ଼ିଲେ ଆମର ଲାଇସେନ୍ସ କେନ୍ସେଲ କରି ଦିଆଯାଉ ବୋଲି ଲିଖିତ ଭାବେ ଦେଇଥିବା ଜଣାପଡ଼ିଛି l
ରିପୋର୍ଟ : କୃଷ୍ଣ କୁମାର ବେହେରା

