



ପୋଲସରା (ସମୃଦ୍ଧ ଓଡିଶା) ଗତକାଲି ପୋଲସରା ବ୍ଲକ ଅନ୍ତର୍ଗତ କୋଙ୍କରଡା ଗ୍ରାମଠାରେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ନାଟ୍ୟ ସଂସଦ ତରଫରୁ ଶ୍ରେଷ୍ଠ ପାରିବାରିକ ସାମାଜିକ ନାଟକ ମଞ୍ଚସ୍ଥ କରାଯାଇଛି । ସେହି ନାଟକର ନାମ ହେଉଛି ‘ସମୟ ଖେଳୁଛି ଚକାଭଉଁରୀ’ । ଉକ୍ତ ନାଟକକୁ ଗଂଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି । ପୋଲସରା ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ଓଡ଼ିଆ ସିନେମା ଜଗତର ଅଭିନେତା ଜୁନିୟର ପପୁ ଓ ଅଭିନେତ୍ରୀ ବିଦୁସ୍ମିତା ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା