ସରକାରଙ୍କ ଅଭିନବ ରୋଜଗାର ଓ ଦିନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ପ୍ରଶିକ୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ସରକାରଙ୍କ ଅଭିନବ ରୋଜଗାର ବ୍ୟବସ୍ଥା ଓ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଡିଓ ନିତ୍ୟାନନ୍ଦ ସାହୁ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ସମ୍ମାନୀତ ଅତିଥିଭାବେ ଅର୍‌ମାସ୍‌ର ଉପନିର୍ଦ୍ଦେଶକ ଜିତେନ୍ଦ୍ର ନାଥ ବିଶ୍ୱାଳ, ଜିବୀକା ମିଶନର ବ୍ଲକ ସଂଯୋଜକ ତାପସ କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ସଂପର୍କରେ ବିଭିନ୍ନ ତାଲିମ ଦେଇଥିଲେ । ଅଭିନବ ରୋଜଗାର ବ୍ୟବସ୍ଥା ଓ ଗ୍ରାମୀଣ କୌଶଲ୍ୟ ଯୋଜନା ଦ୍ୱାରା ଗ୍ରାମାଂଚଳର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ଦ୍ୱାରା ଅଧିକ ରୋଜଗାରକ୍ଷମ ହୋଇ ପାରିବ ବୋଲି କହିଥିଲେ । ପ୍ରତି ପଂଚାୟତରେ ନିଯୁକ୍ତ ଏମ୍‌ବିକେ ଓ ବାହାରେ ଟ୍ରେନିଂ ନେଉଥିବା ଯୁବକ ଯୁବତୀଙ୍କ ଅଭିଭାବକଙ୍କୁ ଆଜି ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ଫଳରେ ଅଭିଭାବକ ଓ ଯୁବକ ଯୁବତୀମାନେ ବିଭିନ୍ନ କାମଧନ୍ଦା ପାଇ ଦକ୍ଷ ଓ କୋଶଳୀ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରେ ଦୀର୍ଘସ୍ଥାୟୀ କାମଧନ୍ଦା ପାଇପାରିବା ଏହି ଯୋଜନାର ମୂଳଲକ୍ଷ୍ୟ ବୋଲି ସେମାନେ ସୂଚାଇଥିଲେ । ଏକ ସର୍ବେକ୍ଷଣ ଅନୁଯାୟୀ ଆଗାମୀ ୫ବର୍ଷ ମଧ୍ୟରେ ପୃଥିର ଆବଶ୍ୟକଠାରୁ ୫କୋଟି୭୦ଲକ୍ଷ କୋଶଳୀ କାରିଗର ନିୟଣ୍ଟ ହେବା ର ସୂଚନା ମିଳିଥିବାରୁ ଆମ ଦେଶରେ ଯୁବଗୋଷ୍ଠିଙ୍କୁ ବିଭିନ୍ନ କର୍ମସଂସ୍ଥାନ ଓ ରୋଜଗାର ଯୋଗାଇବା ଏବେଠୁ ଆରମ୍ଭ ହୋଇଛି କୋଲି କହିଥିଲେ । ବ୍ଲକ ଦକ୍ଷତା ବିକାଶ ସଂଯୋଜକ ଚନ୍ଦନ କୁମାର ନାଥ. ବ୍ଲକ ଜିବୀକା ମିଶନ ସଂଯୋଜିକା ମଧୁସ୍ମିତା ଦାସ, ସ୍ମିତା ଦାସଅଧିକାରୀ ଏବଂ ୩୫ଟି ପଂଚାୟତର ଏମ୍‌ବିକେ ମାନେ ଉପସ୍ଥିତ ଥିଲେ । ବିଡିଓ ଓ ଉପଧ୍ୟକ୍ଷା ସମସ୍ତଙ୍କୁ ପ୍ରଶିକ୍ଷଣ କିଟ୍‌ସ୍ ବଣ୍ଟନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା