ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଆର୍ଡି ବିଭାଗର ଜଳେଶ୍ୱର ଡିଭିଜନରେ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୮ମ ଦିନରେ ପହଞ୍ଚିଛି । ସରକାର ଓ ଠିକାଦାରଙ୍କ ମଧ୍ୟରେ ଜିଏସଟି ଓ ରୟାଲିଟି ଇତ୍ୟାଦି ୧୦ଦଫା ଦାବି ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଅଦ୍ୟାବଧି କୌଣସି ସମାଧାନରେ ପହଞ୍ଚିଥିବାରୁ ଆନ୍ଦୋଳନ ଚାଲୁ ରହିଛି । ଆଜି ନିଖିଳ ଓଡିଶା ଠିକାଦାର ମହାସଂଘର ଜଳେଶ୍ୱର ଭୋଗରାଇ, ବାଲିଆପାଳ ଅଂଚଳର ଠିକାଦାର ଲୋକନାଥ ଜେନା, ସେଖର ମହାନ୍ତି, ଅନନ୍ଦ ମହାନ୍ତି, ବିକାଶ ଚନ୍ଦ, ପରେଶ ଚନ୍ଦ୍ର ଦାସ, ରମେଶ ନାୟକ, ଚିତ୍ତରଂଜନ ଦତ୍ତ, ଗୌତମ ଦାସ, ମନୋଜ ଚାନ୍ଦ, ସଂଜୟ ଗିରି, ଭବେଶ ଜେନା, ମନୋଜ ସାହୁ, ଗୋପିନାଥ ସାହୁ, ଦିଲ୍ଲିପ ଜେନା, ସୁନିଲ ଗିରି, ପ୍ରିୟବ୍ରତ ପାଳ, ପ୍ରଫୁଲ୍ଲ ସାହୁ, ସୁଶାନ୍ତ ଦାସ, ମନ୍ମଥ ବାଗ, ଯାମିନି ରାଉତ, ଶଶାଙ୍କ ଦାସମହାପାତ୍ର ପ୍ରମୁଖ ଏହି ଆନ୍ଦୋଳନରେ ବସିଥିଲେ । ଆଂଚଳିକ ଶାଖା ସଦସ୍ୟ ମାନଙ୍କ ଦ୍ୱାରା ଗତ ୧ ତାରିଖରେ ଜଳେଶ୍ୱରଠାରେ ନିର୍ମାଣ ହେଉଥିବା ଆର୍ଓବିକୁ ବିରୋଧ କରାଯାଇଥିବାରୁ ସେଠାରେ ୮ଦିନ ଧରି କାର୍ଯ୍ୟ ବନ୍ଦ ରହିଛି ।
ରିପୋର୍ଟ : ଭୂପତି କୁମାର ପରିଡା