

ଛତ୍ରପୁର (ସମୃଦ୍ଧ ଓଡିଶା) ସରକାରୀ କାର୍ଯ୍ୟାଳୟଗୁଡିକର ଦୈନଦିନ ବ୍ୟବହାର ହେଉଥିବା ସାମଗ୍ରୀ ଯଥା ଆଲମାରୀ, ଚୈାକି, ଟେବୁଲ, କମ୍ୟୁଟର ଇତ୍ୟାଦି ଅନ୍ ଲାଇନ କ୍ରୟ କିପରି କରାଯାଇପାରିବ ଏହାକୁ ନେଇ ଅର୍ଥ ବିଭାଗର ଆକାଉଷ୍ଟସ ଅଫିସର କିଶୋର କୁମାର ଜେନା ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାକୁ ଜିଲ୍ଲା କୋଷାଗାର ଗଞ୍ଜାମ ତରଫରୁ ଶ୍ୟାମ ସୁନ୍ଦର ପାଢୀ ଓ ଦିଲ୍ଲୀପ କୁମାର ମିଶ୍ର ପରିଚାଳନା କରିଥିଲେ । ଏହାଦ୍ୱାରା କାଗଜ ପତ୍ର ଓ ଫାଇଲ୍ କାମ ଅନେକ ପରିମାଣରେ କମିଯିବା ସହ ଅଡିଟ୍ ପ୍ରକ୍ରୀୟା ନିର୍ମଳ ରହିବ । ପ୍ରାରମ୍ଭ ଜିଲ୍ଲା କୋଷାଗାର ଅଧିକାରୀ ଭାଗିଧର ମଲ୍ଲିକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳାରେ ଯୋଗଦେଇ ଥିବା ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ଉପକୋଷାଗାର ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ଅନଲାଇନ ପ୍ରକ୍ରୀୟା ଉପରେ ସାମ୍ୟକ ସୂଚନା ଦେଇଥିଲେ । ସିଧାସଳଖ ଏଲୱାନ୍ ବିଡର ଜରିଆରେ ଅନଲାଇନରେ ୬୦ହଜାର ଟଙ୍କାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିନିଷ କିପରୀ କ୍ରୟ କରାଯାଇପାରିବ, ସେବାବଦରେ କିପରୀ ଅର୍ଥ ପ୍ରଦାନ କରାଯିବ, ବିଡ ପ୍ରସ୍ତୁତି, ପ୍ରାଇମେରୀ ୟୁଜର ଓ ସେକେଣ୍ଡାରୀ ୟୁଜର ମାନେ କିପରୀ ରେଜିଷ୍ଟେସନ କରି ତାଉପରେ ତାଲିମ ଦିଆଯାଇଥିଲା ଉକ୍ତ କର୍ମଶାଳାରେ ଡେପୁଟି କଲେକ୍ଟର (ରାଜସ୍ୱ) ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଜି ନାରାୟଣ ପ୍ରଧାନ, ମାଷ୍ଟର ଟ୍ରେନର ଡି.ଶ୍ରୀନିବାସ ପ୍ରଧାନ, ଇମ୍ପ୍ଲିମେଣ୍ଟେସନ ଇଜିନିୟର ଅଶୋକ କୁମାର ସେନାପତି ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


