

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଭେଲେନଟାଇନ ଡେ ପାଳନ ଅବସରରେ ସରକାରୀ ପଲିଟେକ୍ନିକ କଲେଜର ବିଦ୍ୟାର୍ଥୀ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ମିଶି ଏକ ରକ୍ତଦାନ ଶିବିରର ଆୟୋଜନ କରିଥିବା ଦେଖିବାକୁ ମିଳିଛି । ଏହି ଦିନରେ ଏଭଳି ମହତ କାର୍ଯ୍ୟ ପାଇଁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ସ୍ୱତନ୍ତ୍ର ଭାବେ କହିବାକୁ ଗଲେ ଜନୈକ ଛାତ୍ର ଆଦର୍ଶ କୁମାର ମହାନ୍ତି ହିଁ କେବଳ ରକ୍ତଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । କେତେକ ଛାତ୍ରଛାତ୍ରୀ ଭେଲେନଟାଇନ ଡେ ମନାଇବାରେ ବ୍ୟସ୍ତ ରହିଥିବାବେଳେ ଏହି ଛାତ୍ର ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ରକ୍ତ ଦାନ ଏକ ମହତ ଦାନ । ସରକାରୀ ପଲିଟେକନିକ୍ କଲେଜରେ ଅଧ୍ୟାପିକା ନିହାରିକା ମଲିକଙ୍କ ଅଧ୍ୟକ୍ଷତାରେ ଏହି ରକ୍ତ ଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିୟୁସ ଭୂଷଣ ଦାସ ଓ ପ୍ରଦିପ କୁମାର ପାଢ଼ୀ ସଂଯୋଜନା କରିଥିଲେ । ଏଥିରେ ଆଦର୍ଶ କୁମାର ମହାନ୍ତି ଓ ନିତ୍ୟ ବିନୋଦ ସହଯୋଗ କରିଥିଲେ । ଏଥିରେ ପ୍ରାୟ ୬୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରାଯାଇଥିଲା ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ



